Odisha News

ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ: ବିଭିନ୍ନ ସ୍ଥାନରେ ଚାଲିଛି ଯୋଗାଭ୍ୟାସ

ଭୁବନେଶ୍ବର,୨୧/୬: ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ। ବିଶ୍ବର ୧୮୦ ଦେଶରେ ବୁଧବାର ଏହି ଦିବସ ପାଳନ କରାଯାଉଛି। ଚଳିତବର୍ଷ ଯୋଗଦିବସର ବିଷୟ ରହିଛି ବସୁଧୈବ କୁଟୁମ୍ବକମ। ୨୦୧୪ ମସିହାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନକ୍ରମେ ଏହି ଦିବସ ସାରା ଦେଶର ବିଭିନ୍ନ ସ୍ଥାନରେ ପାଳିତ ହୋଇ ଆସୁଛି।
ପ୍ରଧାନମନ୍ତ୍ରୀ ଆମେରିକା ଗସ୍ତରେ ଥିବାବେଳେ ସେଠାରୁ ଯୋଗ ମନ୍ତ୍ର ଦେଇଛନ୍ତି। ଯୋଗ ଏକ ବୈଷୟିକ ଆନ୍ଦୋଳନରେ ପରିଣତ ହୋଇଛି। ଏହା ଦ୍ବାରା ଶରୀର ସୁସ୍ଥ ରହିବା ସହିତ ବଳ ଆସିଥାଏ ବୋଲି କହିଥିଲେ। ପ୍ରତ୍ୟହ ଯୋଗ କରିବା ଉଚିତ ବୋଲି ସେ ସମସ୍ତଙ୍କୁ ବାର୍ତ୍ତା ଦେଇଛନ୍ତି।
ଏହି ଅବସରରେ ଶ୍ରୀଶ୍ରୀ ୟୁନିଭର୍ସିଟି ପରିସରରରେ ରାଜ୍ୟସ୍ତରୀୟ ଏହି ଦିବସ ପାଳିତ ହେଉଛି। ଏଥି ସହିତ ସହିଦନଗର ପୂଜା ପଡିଆରେ ବି ଯୋଗ ଦିବସ ପାଳନ କରାଯାଉଛି। ବହୁ ଲୋକ ଏଥିରେ ଯୋଗଦେଇ ବିଭିନ୍ନ ଯୋଗ ପ୍ରାଣାୟମ କରାଯାଉଛି।

Related Posts