Odisha News

ଆଜି ଠାରୁ ଓଡ଼ିଶାରେ ପ୍ଲାଜମା ଥେରାପୀ ଚିକିତ୍ସା: ଦେଖନ୍ତୁ କିପରି ହୋଇଥାଏ ଏହାର ଚିକିତ୍ସା

ଭୁବନେଶ୍ୱର ୧୫।୭: ବୁଧବାର ଦିନ ଠାରୁ ରାଜ୍ୟରେ ପ୍ଲାଜମା ଥେରାପୀ ଆରମ୍ଭ ହେବ। ଭୁବନେଶ୍ବର ସମ୍ କୋଭିଡ୍ ହସ୍ପିଟାଲ, କିମ୍ସ ଓ କଟକ ଅଶ୍ବିନୀ ହସ୍ପିଟାଲରେ ପ୍ଲାଜମା ଥେରାପୀ ଆରମ୍ଭ ହେବ। କଟକ SCB ମେଡିକାଲ କଲେଜ ପ୍ଲାଜମା ଥେରାପିର ନୋଡାଲ ସେଣ୍ଟର ରହିବ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ସମୀକ୍ଷା ବୈଠକ ପରେ ସୂଚନା ମିଳିଛି।
ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଉଚ୍ଚସ୍ତରୀୟ ବୈଠକରେ କୋଭିଡ୍ ମୁକାବିଲା ସଂପର୍କରେ ସମୀକ୍ଷା କରିଛନ୍ତି। ବୈଠକରେ ମୁଖ୍ୟମନ୍ତ୍ରୀ କୋଭିଡ୍ ରୋଗୀଙ୍କ ସୁବିଧା, ନିରାପତ୍ତା ଉପରେ ବିଶେଷ ଗୁରୁତ୍ବ ଦେଇଛନ୍ତି। ଏଥିସହିତ ୫ଟି ଫୋକସ୍ ଜିଲ୍ଲା ଗଞ୍ଜାମ, କଟକ, ଯାଜପୁର, ସୁନ୍ଦରଗଡ଼ ଏବଂ ଖୋର୍ଦ୍ଧା ରେ ତଦାରଖ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

Related Posts

Seo wordpress plugin by www.seowizard.org.