Odisha News

ଆଜିଠୁ ଖୋଳୁଛି ରାଜ୍ୟର ସମସ୍ତ ସ୍କୁଲ; ଦିନ ୧୦ ଟାରୁ ହେବ ପାଠପଢ଼ା

ଭୁବନେଶ୍ୱର,୧୭/୬: ଆଜିଠାରୁ ରାଜ୍ୟର ସମସ୍ତ ସ୍କୁଲ । ୧୧ ଦିନିଆ ଖରା ଛୁଟି ପରେ କ୍କାସ୍ ରୁମ୍ ପାଠପଢ଼ା ଆରମ୍ଭ ହେବ । ସକାଳ ବଦଳରେ ଏଣିକି ଦିନ ବେଳେ ହେବ କ୍କାସ । ଦିନ ୧୦ ଯାରୁ ୪ଟା ଯାଏଁ ହେବ ପାଠପଢ଼ା ।
ସ୍ୱାଭାବିକ ଭାବେ କ୍ଲାସ୍ ଚାଲିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗାଇଡଲାଇନ ଜାରି ହୋଇଛି। ଏକାଡେମିକ୍ କ୍ୟାଲେଣ୍ଡର ପ୍ରସ୍ତୁତ ସହ ଚଳିତ ଶିକ୍ଷାବର୍ଷ ଯେପରି ୨୦୨୩ ମାର୍ଚ୍ଚ ସୁଦ୍ଧା ସରିବ ସେନେଇ ଯୋଜନା ପ୍ରସ୍ତୁତ ହୋଇଛି।
ଶତପ୍ରତିଶତ ପାଠ୍ୟଖସଡ଼ା ସାରିବା ଦିଗରେ ପଦକ୍ଷେପ ନେବାକୁ ସମସ୍ତ ଡିଇଓଙ୍କୁ ନିର୍ଦେଶ ଦିଆଯାଇଛି। ସବୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମସ୍ତ ଶିକ୍ଷକଙ୍କ ସହ ପାଠ୍ୟକ୍ରମ, ପାଠପଢା ସମୟ ସମ୍ବନ୍ଧରେ ଆଲୋଚନା କରିବେ। କିଭଳି ସଠିକ୍ ଭାବେ ବିଦ୍ୟାର୍ଥୀ ଶିକ୍ଷା ପାଇବେ ସେ ଦିଗରେ ଯୋଜନା ପ୍ରସ୍ତୁତ କରିବେ।

Related Posts

Seo wordpress plugin by www.seowizard.org.