Odisha News

ଆଗାମୀ ୩ ଦିନ ମଧ୍ୟରେ ୨ ଡିଗ୍ରି ଖସିବ ତାପମାତ୍ରା

ଭୁବନେଶ୍ୱର,୨୮/୪: ଡହଡହ ଖରାରେ ରାଜ୍ୟବାସୀଙ୍କ ଭାଜି ହେଉଛନ୍ତି ରାଜ୍ୟବାସୀ । ସକାଳ ୮ଟା ହେବା ମାତ୍ରେ ଟାଣ ଖରା ଆରମ୍ଭ ହୋଇଯାଉଛି। ଅପରାହ୍ନ ୪ଟା ପର‌୍ୟ୍ୟନ୍ତ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି। ଉପକୂଳବର୍ତ୍ତୀ ଓଡ଼ିଶାରେ ତାପମାତ୍ରା ଆଭ୍ୟନ୍ତରୀଣ ଓଡ଼ିଶା ତୁଳନାରେ ସାମାନ୍ୟ କମ୍ ରହୁଛି। ପଶ୍ଚିମ ଓଡ଼ିଶାରେ ତାପମାତ୍ରା ଲୋକଙ୍କ ପାଇଁ ଅଧିକ ଚିନ୍ତା ବଢ଼ାଉଛି। ତେବେ ଏହାରି ମଧ୍ୟରେ ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ଆସନ୍ତା ୩ ଦିନ ମଧ୍ୟରେ ତାପମାତ୍ରାର ବିଶେଷ ପ୍ରଭାବ ପଡିବ ନାହିଁ। କାଳବୈଶାଖୀ ପ୍ରଭାବରେ ହିଟ ୱେଭ୍ରେ ସାମାନ୍ୟ ବ୍ରେକ୍ ଲାଗିବ। ଆଗାମୀ ୩ ଦିନ ପରେ ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ମେ’ ମାସ ୧ରୁ ୨ ତାରିଖରେ ୨ ଡିଗ୍ରି ଯାଏଁ ତାପମାତ୍ରା ତଳକୁ ଖସିବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି।
ତେବେ ଆଜି ଅପରାହ୍ନରେ ଝାରସୁଗୁଡ଼ା ଓ ସମ୍ବଲପୁରରେ ସର୍ବାଧିକ ତାପାମାତ୍ରା ରେକର୍ଡ କରାଯାଇଛି। ଏହି ଦୁଇ ସହରରେ ତାପମାତ୍ରା ସର୍ବାଧିକ ୪୩.୪ ଡିଗ୍ରି ରେକର୍ଡ ହୋଇଛି। ହୀରାକୁଦରେ ୪୨.୪ ଓ କେନ୍ଦୁଝରରେ ୪୧ ଡିଗ୍ରି ରେକର୍ଡ, ଚାନ୍ଦବାଲିରେ ୩୯.୪ ଓ ଭୁବନେଶ୍ବରରେ ୩୯ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି।

Related Posts

Seo wordpress plugin by www.seowizard.org.