Odisha News

ଆକ୍ସନରେ କମିଶନରେଟ୍ ପୋଲିସ, ରାଜଧାନୀର ବିଭିନ୍ନ ଡ୍ୟାନ୍ସ ବାରରେ ରେଡ୍

ଭୁବନେଶ୍ବର,୧୯/୩: ରାଜଧାନୀର ବିଭିନ୍ନ ଡ୍ୟାନ୍ସ ବାର, କ୍ଳବ ଓ ହୋଟେଲ ଉପରେ କମିସନରେଟ ପୁଲିସ ପକ୍ଷରୁ ଚଢ଼ାଉ କରାଯାଇଛି।
ଅବକାରୀ ନିୟମ ଉଲ୍ଲଙ୍ଘନ କରି ବିଳମ୍ବିତ ରାତିଯାଏଁ ଖୋଲା ଥିବା ଡ୍ୟାନ୍ସ ବାର, କ୍ଳବ ଓ ହୋଟେଲଗୁଡ଼ିକୁ ଯାଞ୍ଚ କରିଛି ପୁଲିସ। ବିଳମ୍ବିତ ରାତି ପର‌୍ୟ୍ୟନ୍ତ ଖୋଲାଥିବା ରାଜଧାନୀର ୩ଟି ହୋଟେଲକୁ କମିସନରେଟ ପୁଲିସ କାରଣ ଦର୍ଶାଅ ନୋଟିସ ବି ଜାରି କରିଛି। ସେଫ ସିଟି ଡ୍ରାଇଭ ଅଧୀନରେ ଏହି ଯାଞ୍ଚ କରିଛି ପୁଲିସ।
ଏହି ଚଢ଼ାଉରେ କମିସନରେଟ ପୁଲିସର ଦୁଇଟି ଟିମ୍, ୬୦ ପିଓପିଡି ଓ ୨ ପ୍ଲାଟୁନ୍ ପୁଲିସ ଫୋର୍ସ ନିୟୋଜିତ ଥିଲେ। ଏହି ଚଢ଼ାଉ ପରେ ରାଜଧାନୀରେ ଥିବା ଡ୍ୟାନ୍ସ ବାର, କ୍ଳବ ଓ ହୋଟେଲ କର୍ତ୍ତୃପକ୍ଷ ସଚେତନ ହେବ ବୋଲି ଆଶା କରାଯାଉଛି।
ଉଲ୍ଲେଖଯୋଗ୍ୟ, ରାଜଧାନୀରେ କେତେ ବାର୍, କ୍ଲବ୍ ଓ ହୋଟେଲ ବିଳମ୍ବିତ ରାତି ଯାଏ ଖୋଲା ରହିବା ସହ ଅବକାରୀ ନିୟମକୁ ଉଲ୍ଲଂଘନ କରୁଥିବା ନେଇ କମିସନରେଟ ପୁଲିସ ପାଖରେ ସୂଚନା ପହଞ୍ଚିବା ପରେ ଏହି ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଗାମୀ ଦିନରେ ବି ଏଭଳି ଚଢ଼ାଉ କରାଯିବ ବୋଲି ଜଣାଯାଇଛି।

Related Posts

Seo wordpress plugin by www.seowizard.org.