Odisha News

ଆଇଏଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୨୭/୭: ଓଡ଼ିଶା ସରକାର ଆଜି ଆଇଏଏସ୍ ସ୍ତରରେ ଏକ ଅଦଳବଦଳ କରିଛନ୍ତି। ପାଞ୍ଚ ଜଣ ବରିଷ୍ଠ ଅଧିକାରୀଙ୍କୁ ନୂତନ ଦାୟିତ୍ବ ଦିଆଯାଇଛି ବୋଲି ଆଜି ଏକ ସରକାରୀ ବିଜ୍ଞପ୍ତିରେ କୁହାଯାଇଛି।
ତେବେ ଅଦଳବଦଳ ହୋଇଥିବା ଅଫିସରଙ୍କ ମଧ୍ୟରେ ଆର.କେ. ଶର୍ମା ହେଲେ କୃଷି ଉତ୍ପାଦନ କମିସନର । ଅନୁ ଗର୍ଗଙ୍କୁ ମିଳିଲା ଜଳ ସମ୍ପଦ ବିଭାଗ ଏବଂ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଅତିରିକ୍ତ ଦାୟିତ୍ୱ । ଖଣି ଓ ଇସ୍ପାତ ସଚିବ ହେଲେ ସୁରେନ୍ଦ୍ର କୁମାର ଓ ଉଊଇ ଚେୟାରମ୍ୟାନ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ଚିତ୍ରା ଅରୁମୁଗମ୍ ହେଲେ ଶ୍ରମ ବିଭାଗର ସଚିବ । ଗଝଗଋ ବିଭାଗର ସଚିବ ଭାବେ ଦାୟିତ୍ବ ତୁଲାଇବେ ସତ୍ୟବ୍ରତ ସାହୁ । ଏହା ସହ ସତ୍ୟବ୍ରତଙ୍କୁ ସ୍କୁଲ ଓ ଗଣ ଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ବ ଦିଆଯାଇଛି ।

Related Posts

Seo wordpress plugin by www.seowizard.org.