Odisha News

ଅସହ୍ୟ ଗୁଳୁଗୁଳି ଗରମରେ ହନ୍ତସନ୍ତ ରାଜଧାନୀ, ସକାଳ ୮ଟା ୩୦ ସୁଦ୍ଧା ପାରଦ ଟପିଲା ୩୧ ଡିଗ୍ରୀ

ଭୁବନେଶ୍ବର,୮/୫: ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପ୍ରବଳ ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। ପୂର୍ବାହ୍ନ ୮ଟା ପରେ ଓ ଅପରାହ୍ନ ୩ଟା ପୂର୍ବରୁ ବାହାରକୁ ବାହାରିବା ଅସହ୍ୟ ହୋଇପଡୁଛି।
ଅସହ୍ୟ ଗୁଳୁଗୁଳି ଓ ପ୍ରବଳ ଗରମରେ ସନ୍ତୁଳି ହେଉଛନ୍ତି ରାଜଧାନୀବାସୀ। ଆଜି ସକାଳ ୮ଟା ସୁଦ୍ଧା ରାଜଧାନୀ ଭୁବନେଶ୍ବରର ତାପମାତ୍ରା ୩୧ ଡିଗ୍ରି ଛୁଇଁଛି। ୮୫ ପ୍ରତିଶତ ଆଦ୍ରତା ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।
ଗତକିଛି ଦିନ ହେଲା ବର୍ଷା ପ୍ରଭାବରେ ତାପମାତ୍ର କମ୍ ରହିଥିବା ବେଳେ ଗତକାଲିଠାରୁ ପୁଣି ପ୍ରବଳ ଗରମ ଅନୁଭୁତ ହେଉଛି। ଯାହାଦ୍ୱାରା ସାଧାରଣ ଲୋକ ଅସ୍ତବ୍ୟସ୍ତ ହୋଇପଡ଼ିଲେଣି। ତେବେ ଦିନ ବଢ଼ିବା ସହ ଖରା ବଢ଼ିବାର ସମ୍ଭାବନା ରହିଛି । ଦ୍ୱିପ୍ରହର ହୋଇଗଲେ ଖରାରେ ପଦାକୁ ବାହାରିବା ଏକପ୍ରକାର ଅସମ୍ଭବ ହୋଇପଡୁଛି। ବାହାରକୁ ବାହାରିଲେ ଦେହ ଜଳିଯାଉଛି। ଦୋକାନ ବଜାର ସବୁ ବନ୍ଦ ହୋଇଯାଉଛି। ପ୍ରବଳ ଖରା ମଣିଷ ଜୀବନକୁ ହନ୍ତସନ୍ତ କରୁଥିବା ବେଳେ ଏହା ଦ୍ୱାରା ବ୍ୟବସାୟ ମଧ୍ୟ ଏକ ପ୍ରକାର ମାନ୍ଦା ହୋଇଯାଇଛି ।

Related Posts

Seo wordpress plugin by www.seowizard.org.