Odisha News

ଅର୍ଚ୍ଚନା ନାଗ ମାମଲା: ଇଡିରେ ହାଜର ହେଲେ ଗାଡ଼ି ସୋରୁମର ମାଲିକ

ଭୁବନେଶ୍ବର ୨୪।୧୧ : ଇଡିରେ ହାଜର ହେଲେ କାର୍ ସୋରୁମ୍ ମାଲିକ । ଅର୍ଚ୍ଚନା ନାଗ ଗିରଫ ମାମଲାରେ ହାଜର ହୋଇଛି କାର୍ ସୋରୁମ୍ ମାଲିକ । ଗୁରୁବାର ଦିନ ଇଡିରା ହାଜର ହେବା ପାଇଁ ନୋଟିସ୍ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।
ଖବର ଅନୁଯାୟୀ, ଅର୍ଚ୍ଚନା ନାଗ ଗିରଫ ପରେ ଅର୍ଥ ହେର୍ଫେର୍ ମାମଲାର ଖୋଲତାଡ଼ କରୁଛି ଇଡି । ଏହିକ୍ରମରେ ଅନେକ ଲୋକଙ୍କୁ ହାଜର ହେବା ପାଇଁ ନୋଟିସ୍ କରିଥିଲା ।
ପର‌୍ୟ୍ୟାୟକ୍ରମେ ଓଡିଆ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା, ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳୀ ହାଜର ହୋଇସାରିଛନ୍ତି । ଏପଟେ ଗୁରୁବାର ଇଡିରେ ଦିନ କଟକ ପ୍ରତାପନଗରୀଠାରେ ଥିବା ଦାମୀ କାର୍ ସୋରୁମର ମାଲିକଙ୍କୁ ନୋଟିସ୍ କରିଥିଲା । ସେହି କାର୍ ସୋରୁମ୍ ମାଲିକ ଗୁରୁବାର ଦିନ ଇଡି ଅଫିସରେ ହାଜର ହୋଇଛନ୍ତି ।
କାର୍ ସୋରୁମ୍ ମାଲିକଙ୍କ ଆକାଉଣ୍ଟରୁ ଅର୍ଚ୍ଚନାଙ୍କ ଆକାଉଣ୍ଟକୁ ଯାଇଛି ଲକ୍ଷାଧିକ ଟଙ୍କା । କେଉଁ ଆଧାରରେ ଏତେ ଟଙ୍କା ଯାଇଛି । ସେନେଇ ଖୋଲତାଡ଼ ଜାରି ରଖିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

Related Posts

Seo wordpress plugin by www.seowizard.org.