Odisha News

ଅର୍ଚ୍ଚନାଙ୍କ ତୃତୀୟ ରିମାଣ୍ଡ ଆବେଦନ ଖାରଜ୍, ଏବେ ପୁଣି ଜେଲ୍

ଭୁବନେଶ୍ୱର,୧୯/୧୨: ଜେଲ ଯିବେ ଅର୍ଚ୍ଚନା ଜ୍ଝ ଇଡି ପକ୍ଷରୁ ଅର୍ଚ୍ଚନାଙ୍କୁ ଆଉ ଦୁଇ ଦିନ ରିମାଣ୍ଡରେ ନେବାକୁ ଆବେଦନ କରାଯାଇଥିଲେ ବି କୋର୍ଟ ଏହାକୁ ଗ୍ରହଣ କରିନାହାନ୍ତି ।
ମିଳିଥିବା ସୂଚନା ମୁତାବକ ଅର୍ଚ୍ଚନା ତଦନ୍ତରେ ସହଯୋଗ କରୁନାହାନ୍ତି ଓ ପଚରାଉଚରାବେଳେ ଅର୍ଚ୍ଚନା ଉତ୍ତର ଠିକରେ ଦେଉନଥିବା ଇଡି ପକ୍ଷରୁ କୋର୍ଟଙ୍କ ନିକଟରେ ତଥ୍ୟ ରଖାଯାଇଥିଲା ।
ଯାହା ଆଧାରରେ ପୁଣି ୨ ଦିନ ରିମାଣ୍ଡରେ ନେବା ପାଇଁ ଇଡି ପକ୍ଷରୁ କୋର୍ଟଙ୍କ ନିକଟରେ ଆବେଦନ କରାଯାଇଥିଲା । କିନ୍ତୁ ଅର୍ଚ୍ଚନାଙ୍କ ଓକିଲ ଏହାକୁ ବିରୋଧ କରିଥିଲେ ।
ଉଭୟ ଅର୍ଚ୍ଚନା ଓ ଜଗବନ୍ଧୁ ତଦନ୍ତ ସମୟରେ ଇଡିକୁ ସହଯୋଗ କରୁଥିବା କହିଥିଲେ ଅର୍ଚ୍ଚନାଙ୍କ ଓକିଲ ।ଆଉ କୋର୍ଟ ଇଡି ପକ୍ଷରୁ କରାଯାଇଥିବା ରିମାଣ୍ଡ ଆବେଦନକୁ ଖାରଜ କରିଦେଇଥିଲେ ।

Related Posts

Seo wordpress plugin by www.seowizard.org.