Odisha News

ଅମଲାଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ସ୍ଥଗିତ; ସରକାରଙ୍କୁ ୧୦ ଦିନ ମହଲତ

ଭୁବନେଶ୍ବର,୨୦/୧୨: ଅମଲାଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ସ୍ଥଗିତ ହୋଇଥିବା ଜଣାଯାଇଛି। ୫-ଟି ଅଧ୍ୟକ୍ଷଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହାର ନିଷ୍ପତ୍ତି ନେଇଛନ୍ତି । ୭ଦିନ ଭିତରେ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ପ୍ରତ୍ୟାହାର କରାଯାଇଛି।
ଗ୍ରେଡ ପେ’ ଓ ଦରମା ବୃଦ୍ଧି ଦାବିରେ ଆଜିଠୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଥିଲେ ଅମଲା । ୧୯୦୦ ଟଙ୍କା ଗ୍ରେଡ ପେ ବଦଳରେ ୪୨୦୦ ଟଙ୍କା ଗ୍ରେଡ ପେ ଦରମା ପାଇଁ ଦାବି କରୁଛନ୍ତି ଅମଲା।
ଏଥିପାଇଁ ପୂର୍ବରୁ ଜୁନ୍ ମାସରେ ମଧ୍ୟ ଆନ୍ଦୋଳନ କରିଥିଲେ ଅମଲ । ସେତେବେଳେ ଅମଲାଙ୍କ ଦାବି ଶୀଘ୍ର ସରକାର ପୂରଣ କରିବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଥିଲା। କିନ୍ତୁ ସରକାରଙ୍କ ଅସ୍ପଷ୍ଟ ନୀତି ପାଇଁ ପୁଣିଥରେ କାର‌୍ୟ୍ୟବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ ଅମଲା ସଂଘ।

Related Posts

Seo wordpress plugin by www.seowizard.org.