Odisha News

ଅବକାରୀ ବିଭାଗର ଚଢାଉ: ବିପୁଳ ପରିମାଣର ଗଞ୍ଜେଇ ଜବତ, ଜଣେ ଗିରଫ

ବସ୍ତା,9/2: ବସ୍ତା ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା। ୬୦ ନମ୍ବର ଜାତୀୟ ରାଜପଥ ଅମର୍ଦାରୋଡ଼ ବାଇପାସ ନିକଟରୁ ପାଖାପାଖି ୧ କୋଟି ଟଙ୍କାର ଅଫିମ ଜବତ କରିଛି ଅବକାରୀ ବିଭାଗ।

ସୂଚନା ଅନୁଯାୟୀ ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ଅମର୍ଦାରୋଡ ବାଇପାସ ନିକଟରୁ ବସ୍ତା ଓ ଜଳେଶ୍ୱର ଅବକାରୀ ବିଭାଗ ଏବଂ ଅବକାରୀ ସ୍ୟାଟଲାଇଟ ୟୁନିଟ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ୯୯୦ ଗ୍ରାମର ଅଫିମ ଜବତ କରିବା ସହିତ ଜଣେ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି।

ଜବତ ଅଫିମର ଆନୁମାନିକ ମୂଲ୍ୟ ୯୯ ଲକ୍ଷ ଟଙ୍କାରୁ ଅଧିକ ହେବ ଜଣାପଡ଼ିଛି। ଗିରଫ ହୋଇଥିବା ବ୍ୟବସାୟୀ ଜଣକ ବସ୍ତା ଥାନା ତଳ ତାପଣ୍ଡା ଗ୍ରାମର ଜଳଧର ରାଉତ। ତେବେ ଏତେ ଟଙ୍କାର ଅଫିମ କୋଉଠୁ ଆଣୁଥିଲେ କୋଉଠିକୁ ନେଉଥିଲେ, ଏହି କାରବାର ପଛରେ କିଏ କିଏ ଅଛନ୍ତି ତାହା ଅଧିକ ତଦନ୍ତ ପରେ ଜଣାପଡ଼ିବ।

Related Posts

Seo wordpress plugin by www.seowizard.org.