Odisha News

ଅଫିସରେ ସାଢ଼େ ୭ ଘଣ୍ଟା ରହିବା ବାଧ୍ୟତାମୂଳକ

ଭୁବନେଶ୍ୱର,୩୦/୭: ଆଉ ଚଳିବନି ମନମାନି । ଏଣିକି ସବୁକିଛି ନିୟମ ଅନୁସାରେ ଚାଲିବ । ଆଉ ସରକାରୀ ନିୟମକୁ ମାନିବା ବାଧ୍ୟତାମୂଳକ। ନିୟମ ନ ମାନିଲେ ହେବ କାର୍ଯ୍ୟାନୁଷ୍ଠାନ। ସରକାରୀ ଚାକିରିଆଙ୍କୁ ଏପରି ଭାବେ ରୋକଠୋକ ଶୁଣାଇଦେଇଛନ୍ତି ନୂଆ ସରକାର ।
ଏଣିକି ଡ୍ୟୁଟି ସମୟରେ ଖିଲାପ କଲେ, ଆଉ ନିସ୍ତାର ନାହିଁ । ଅତି କମରେ ସାଢେ ୭ଘଣ୍ଟା କାମ କରିବାକୁ ପଡିବ । ଆଉ ୪ ଘଣ୍ଟାରୁ କମ ସମୟ ଅଫିସରେ କାମ କରିଥିଲେ ସେଦିନ ଅନୁପସ୍ଥିତ ବୋଲି ଧରାଯିବ । ସେହିପରି ୪ଘଣ୍ଟାରୁ ଅଧିକ ସାଢେ ୭ଘଣ୍ଟାରୁ କମ ହେଲେ ହାପ ଡେ’ ବୋଲି ଧରାଯିବ । ଆସିବା ଓ ଯିବା ସମୟ ବାୟୋମେଟ୍ରିକରେ ସୂଚିତ କରିବେ । ଅର୍ଥାତ କେତେବେଳେ ଅଫିସରୁ ବାହାରକୁ ଯିବେ, କେତେବେଳେ ଆସିବେ ସେ ସବୁ ବାୟୋମେଟ୍ରିକରେ ସୂଚିତ କରିବାକୁ ପଡିବ । ବାହାରିବା ସମୟ ସୂଚିତ ନ ଥିଲେ ଅନୁପସ୍ଥିତ ଧରାଯିବ ।
ଦିନ ୧୦ଟା ସୁଦ୍ଧା ଅଫିସରେ ଉପସ୍ଥିତ ରହିବେ କର୍ମଚାରୀ । ଅଫିସ ପହଞ୍ଚିବାକୁ ଅଧଘଣ୍ଟା କୋହଳ ମିଳିବ । ଏହା ସବୁବେଳେ ଲାଗୁ ହେବନି । କେବଳ ଜରୁରୀ ପରିସ୍ଥିତିରେ ମିଳିବ ଅଧଘଣ୍ଟା କୋହଳ । ଏନେଇ ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ବିଭାଗୀୟ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯାହାକୁ ନେଇ ସବୁ ସରକାରୀ କର୍ମଚାରୀଙ୍କ ତତ୍ପରତା ଦେଖିବାକୁ ମିଳିଛି ।

Related Posts

Seo wordpress plugin by www.seowizard.org.