Odisha News

ଅନନ୍ୟା ଫାଉଣ୍ଡେସନ୍ ତରଫରୁ ପଦ୍ମଶ୍ରୀ ରଜତ କରଙ୍କ ଶ୍ରଦ୍ଧାଞ୍ଜଳି ସଭା

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼ , ୧୧/୫ : ଅନନ୍ୟା ଫାଉଣ୍ଡେସନ ତରଫରୁ ଆଜି ନୟାଗଡ଼ ତ୍ରିନାଥ ଛକଠାରେ ପଦ୍ମଶ୍ରୀ ରଜତ କରଙ୍କର ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଆଜିର ଏହି ସଭାରେ ଦୁଇ ମିନିଟ୍ ନିରବ ଶୋକ ପ୍ରାର୍ଥନା କରିବା ପରେ ସଦସ୍ୟମାନଙ୍କ ଦ୍ୱାରା ସ୍ମୃତିଚାରଣ କରାଯାଇଥିଲା।
ଜଗନ୍ନାଥ ସଂସ୍କୃତିର ଗବେଷକ ତଥା ଭଞ୍ଜ ସାହିତ୍ୟର ପ୍ରଚାରକ ରଜତ କରଙ୍କର ବିୟୋଗ ସାହିତ୍ୟ ଦୁନିଆକୁ ଏକ ଅପୁରଣୀୟ କ୍ଷତି ବୋଲି ମତ ପ୍ରକାଶ ପାଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ସଂଘମିତ୍ରା, ଜ୍ୟୋତ୍ସ୍ନା, ଉମେଷ, ବଣ୍ଟି, ଲିଙ୍କନ, ସନ୍ତୋଷ, କାହ୍ନା, ଆଶୁତୋଷ ପ୍ରମୁଖ ଯୋଗ ଦେଇଥିଲେ।

Related Posts

Seo wordpress plugin by www.seowizard.org.