Odisha News

ଅଧିକ ସୁଧର ଲୋଭ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଠକେଇ, ଶେଷରେ ଧରାପଡିଲା ପ୍ରଖ୍ୟାତ ଠକ

ଭୁବନେଶ୍ୱର,୧୫/୧: ଲକ୍ଷେ ଟଙ୍କା ଦେଲେ ୧୫ ଦିନ ପରେ ଲକ୍ଷେ ଦଶ ହଜାର ଟଙ୍କା ମିଳିବ। ସେହିପରି ଦୁଇ ଲକ୍ଷ ଟଙ୍କା ଦେଲେ ଆହୁରି ଅଧିକ ଟଙ୍କା ମିଳିବ। ଲୋକଙ୍କୁ ଏମିତି ପ୍ରଲୋଭିତ କରି କୋଟି କୋଟି ଟଙ୍କା ନେଇ ଚମ୍ପଟ ମାରିଥିବା ଜଣେ ଠକକୁ ମଞ୍ଚେଶ୍ୱର ଥାନା ପୁଲିସ ଗିରଫ କରିଛି। ଭୁବନେଶ୍ୱର ଜୋନ-୫ ଏସିପି ସଂଜୀବ ଶତପଥୀ ଏନେଇ ସୂଚନା ଦେଇଛନ୍ତି।
ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ପ୍ରଭାବର ଜେନା। ତାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ଦେଉଳତାର ରାଜକନିକା ଅଞ୍ଚଳରେ। ମଞ୍ଚେଶ୍ୱର ଥାନାରେ ସୌମ୍ୟଦୀପ୍ତ ନାୟକ ନାମକ ଜଣେ ବ୍ୟକ୍ତି ଅଭିଯୋଗ କରିବା ପରେ ପୁଲିସ ତାଙ୍କୁ ଗିରଫ କରିଛି।
ଏସିପି ସଂଜୀବ ଶତପଥୀଙ୍କ ସୂଚନା ଅନୁସାରେ, ସୌମ୍ୟଦୀପ୍ତ ନାୟକ ଓ ତାଙ୍କ ଭାଇଙ୍କୁ ପ୍ରଲୋଭିତ କରି ପ୍ରଭାକର ୧ କୋଟି ୩୦ ଲକ୍ଷ ଟଙ୍କା ନେଇଥିଲେ।
ସେଥିରୁ ସେ ସେମାନଙ୍କୁ ୧୭ ଲକ୍ଷ ଟଙ୍କା ଫେରାଇ ଦେଇଥିଲେ। କିନ୍ତୁ ଅବଶିଷ୍ଟ ଟଙ୍କା ନଦେଇ ଫେରାର ହୋଇଯାଇଥିଲେ। ଏନେଇ ସୌମ୍ୟଦୀପ୍ତ ମଞ୍ଚେଶ୍ୱର ଥାନା ଅଭିଯୋଗ କରିବା ଆମେ ପ୍ରଭାକରଙ୍କୁ ଗିରଫ କରିଛୁ।
ଏସିପି କହିଛନ୍ତି, ପ୍ରଭାକର ବହୁସ୍ଥାନରେ ଲୋକଙ୍କୁ ଠକି ଟଙ୍କା ନେଇଛି। ପ୍ରଭାକର ଚେନ୍ନାଇରେ କାମ କରୁଥିଲା। ସେଠାରୁ ଆସିବା ପରେ ଏପରି କାମ କରୁଥିଲା। ଆମେ ତାଙ୍କୁ ୪ ଦିନିଆ ରିମାଣ୍ଡ ନେବାକୁ କୋର୍ଟରେ ଆବେଦନ କରିବୁ। ରିମାଣ୍ଡରେ ଆଣି ତାଙ୍କୁ ପଚରଉଚରା କରିବା ପରେ ସବୁ କଥା ଜଣାପଡ଼ିବ।
ଜଣେ ମହିଳା କହିଛନ୍ତି, ପ୍ରଭାକର ମୋ କ୍ଲିନିକକୁ ମେଡିସିନ ନେବାକୁ ଆସିଥିଲା। ସେଠାରୁ ତାଙ୍କ ସହିତ ମୋର ପରିଚିତି ହୋଇଥିଲା। ପରେ ସେ ମୋତେ ଟଙ୍କା ନିବେଶ କରିବାକୁ କହିଥିଲା। ଅଧିକ ଲାଭ ମିଳିବ ବୋଲି କହିଥିଲା। ପ୍ରଥମ ଥର ପଇସା ନେଇ ସେ ମୋତେ ଫେରାଇ ଥିଲା। କିନ୍ତୁ ପରେ ଆଉ ପଇସା ନେଇ ଫେରାଇ ନଥିଲା। ତା‘ ଚିକ୍କଣ କଥା ସମସ୍ତଙ୍କୁ ପ୍ରଲୋଭିତ କରୁଥିଲା।

Related Posts

Seo wordpress plugin by www.seowizard.org.