Odisha News

ଅଟୋ ସହ ପିକ୍ଅପ୍ ଭ୍ୟାନ ମୁହାଁମୁହିଁ ଧକ୍କା: ୩ ମୃତ , ୫ ଗୁରୁତର

ବାରିପଦା,୯/୧: ମୟୂରଭଞ୍ଜ ଜିଲ୍ଲାର ବାରିପଦା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ଏଥିରେ ୩ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ବାରିପଦା-ଦେଉଳି ରାସ୍ତାର ସିନାଧୁଆ ଛକରେ ଏକ ଅଟୋ ଓ ପିକ୍ଅପ୍ ଭ୍ୟାନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ୩ଜଣଙ୍କ ମୃତ୍ୟୁ ହୋଇଥିଲା।
୩ ମୃତକ ଅଟୋରେ ଯାଉଥିଲେ। ଏହାଛଡ଼ା ଅଟୋ ଓ ପିକ୍ଅପ୍ ଭ୍ୟାନର ଡ୍ରାଇଭର ମଧ୍ୟ ଗୁରୁତର ହୋଇଥିଲେ। ଏନେଇ ଖବର ପାଇ ସଦର ଥାନା ପୁଲିସ ଓ ବାରିପଦା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୁଇ ଗୁରୁତର ଚାଳକଙ୍କୁ ଉଦ୍ଧାର କରିଥିଲେ। ଉଭୟଙ୍କୁ ବାରିପଦାର ପିଆରଏମ ମେଡିକାଲରେ ଭର୍ତ୍ତି କରାଯାଇଛି।

Related Posts

Seo wordpress plugin by www.seowizard.org.