Odisha News

୨୦ ତାରିଖରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ!

ଭୁବନେଶ୍ବର,୧୪/୧୦ : ସମ୍ଭାବ୍ୟ ବାତ୍ୟାକୁ ନେଇ ଦ୍ବନ୍ଦ୍ବ ଜାରି ରହିଥିବାବେଳେ ଆସନ୍ତା ସପ୍ତାହ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ଲକ୍ଷଣ ଦେଖାଗଲାଣି । ତେବେ ଏହି ଲଘୁଚାପର ପ୍ରଭାବ ଆନ୍ଧ୍ରପ୍ରଦେଶ ଓ ତାମିଲନାଡ଼ୁ ଉପରେ ଅଧିକ ପଡ଼ିବ ଓ ଓଡ଼ିଶା ଉପରେ ସେତେଟା ପ୍ରଭାବ ରହିବ ନାହିଁ ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ କହିଛି ।
ସ୍କାଏମେଟର ପୂର୍ବାନୁମାନ ଅନୁସାରେ ଏବେ ଦକ୍ଷିଣ ଭିଏତନାମ ଓ ଦକ୍ଷିଣପୂର୍ବ ଥାଇଲାଣ୍ଡରେ ଏକ ଅବପାତ ସୃଷ୍ଟି ହୋଇଛି । ଆସନ୍ତା ୨ ଦିନରେ ଏହା ଥାଇଲାଣ୍ଡ ଓ ମିଆଁମାର ଆଡ଼କୁ ଗତି କରି ୧୬ ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ ରୂପ ନେଇ ବଙ୍ଗୋପସାଗରରେ ପ୍ରବେଶ କରିବ । ଏହି ଘୂର୍ଣ୍ଣିବଳୟ ୧୭ ତାରିଖ ବେଳକୁ ମଧ୍ୟ ବଙ୍ଗୋପସାଗରରେ ପ୍ରବେଶ କରିବ ଓ ୧୮ ତାରିଖ ବେଳକୁ ଏକ ଲଘୁଚାପରେ ପରିଣତ ହେବ । ପରବର୍ତ୍ତୀ ୨-୩ ଦିନ ଏହା ସମୁଦ୍ର ମଧ୍ୟରେ ହିଁ ରହିବ ଓ ଧୀରେ ଧୀରେ ପଶ୍ଚିମ ଦିଗକୁ ଗତି କରି ୨୨ ତାରିଖ ବେଳକୁ ଆନ୍ଧ୍ରପ୍ରଦେଶ ଓ ତାମିଲନାଡ଼ୁ ଉପକୂଳ ଅତିକ୍ରମ କରିବ ।
ଏହାର ପ୍ରଭାବରେ ଓଡ଼ିଶାର ଦକ୍ଷିଣରେ ଥିବା ରାଜ୍ୟ- ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ, ପୁଡୁଚେରୀରେ ୨୦ ତାରିଖ ପରଠାରୁ ବର୍ଷା ପରିମାଣ ବଢିବ । ୨୧ରୁ ୨୩ ଅକ୍ଟୋବର ମଧ୍ୟରେ ଏସବୁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

Related Posts

Seo wordpress plugin by www.seowizard.org.