Odisha News

ହାତୀ ଘଉଡାଉଥିବା ବେଳେ ଫରେଷ୍ଟର ଗାର୍ଡଙ୍କୁ ଦଳିଦେଲା ହାତୀ

ଅନୁଗୋଳ,୪/୧୧: ହାତୀ ଘଉଡାଉଥିବା ବେଳେ ଫରେଷ୍ଟର ଗାର୍ଡଙ୍କୁ ଦଳିଦେଲା ହାତୀ। ଏଭଳି ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ କୁଲାଡ ପଞ୍ଚାୟତରେ। ମୃତ ଫରେଷ୍ଟଗାର୍ଡ ଜଣଙ୍କ ହେଲେ ଶରତ ଘଡେ଼ଇ। ତାଙ୍କ ଘର ତାଳଚେର ଅଞ୍ଚଳରେ। ସେ ଅନୁଗୋଳ ବନଖଣ୍ଡ ବିଭାଗରେ ଫରେଷ୍ଟ ଗାର୍ଡ ଭାବରେ କାର୍ଯ୍ୟ କରୁଥିଲେ। ଭଚ୍ଚ
ଗତକାଲି ରାତିରେ କୁଲାଡ ଗାଁକୁ ହାତୀ ପଲ ପଶିଆସିଥିଲେ। ଗ୍ରାମବାସୀ ହତୀ ଘଉଡାଇବା ପାଇଁ ବନ ବିଭାଗକୁ ଖବର ଦେଇଥିଲେ। ଫରେଷ୍ଟ ଗାର୍ଡ ଶରତଙ୍କ ସହ ଅନ୍ୟ ବନ କର୍ମଚାରୀ ପହଞ୍ଚି ହାତୀ ଘଉଡାଇଥିଲେ। ହାତୀ ଘଉଡାଇବା ସମୟରେ ଜଙ୍ଗଲୀ ହାତୀ ବନ କର୍ମଚାରୀଙ୍କ ଆଡକୁ ମାଡ଼ି ଆସିଥିଲା।
ଅନ୍ୟ କର୍ମଚାରୀ ଦୌଡ଼ି ପଳାଯାଇଥିବା ବେଳେ ଶରତ ତଳେ ପଡ଼ିଯାଇଥିଲେ। ହାତୀ ତାଙ୍କୁ ଦଳି ଦେଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଶରତଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଶରତଙ୍କ ପରିବାର ଲୋକ କ୍ଷତିପୂରଣ ଦାବିରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଧାରଣା ଦେଇଛନ୍ତି। ୨୦ଲକ୍ଷ ଟଙ୍କା ସହାୟତା ରାଶି ସହ ପରିବାରର ଜଣଙ୍କୁ ଚାକିରି ଦେବାକୁ ସେମାନେ ଦାବି କରିଛନ୍ତି।

Related Posts

Seo wordpress plugin by www.seowizard.org.