Odisha News

ଶେଷ ହେଲା ବିଧାନସଭା ବଜେଟ ଅଧିବେଶନ: ୫ଟି ସରକାରୀ ବିଲ ପାରିତ

ଭୁବନେଶ୍ବର,୩୧/୩: ଗୁରୁବାର ଦିନ ଶେଷ ହେଲା ବିଧାନସଭା ବଜେଟ ଅଧିବେଶନ। ଏହି ଅଧିବୋନରେ ମୋଟ ୬ଟି କାର‌୍ୟ୍ୟ ଦିବସ ଥିଲା। ଦୁଇଟି ମୂଲତବୀ ପ୍ରସ୍ତାବ ଆଲୋଚନା ହୋଇଥିଲା। ୩୫୨ଟି ତାରକା ପ୍ରଶ୍ନ, ୫୪୨ଟି ଅଣତାରକା ପ୍ରଶ୍ନ ଗ୍ରହଣ କରାଯାଇଥିଲା।ପାଞ୍ଚଟି ସରକାରୀ ବିଲ ପାରିତ।ପାଞ୍ଚଟି ସିଏଜି ରିପୋର୍ଟ ଉପସ୍ଥାପିତ ହୋଇଛି।
ବଜେଟ ଅଧିବେଶନର ଶେଷ ଦିନରେ ଶ୍ରୀମନ୍ଦିର ପରିକ୍ରମା ପାଇଁ ବିଧାନସଭାରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଛି ଗୃହ କମିଟି । ସଦସ୍ୟ ହେଉଛନ୍ତି ନରସିଂହ ମିଶ୍ର, ଦେବୀ ମିଶ୍ର, ଜୟନ୍ତ ଷଡ଼ଙ୍ଗୀ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ପ୍ରତାପ ଜେନା, ବିକ୍ରମ ଆରୁଖ ଓ ଅତନୁ ସବ୍ୟସାଚୀ ନାୟକ ।
ଏହା ପୂର୍ବରୁ ବିଧାନସଭାରେ ପାରିତ ହୋଇଛି ୨୦୨୨-୨୩ର ଆର୍ଥିକ ବର୍ଷ ନିମନ୍ତେ ବ୍ୟୟ ମଞ୍ଜୁରୀ ବିଲ୍।

Related Posts

Seo wordpress plugin by www.seowizard.org.