Odisha News

ଲକ୍ଷ୍ମୀପୂଜାରେ ଦୀପାବଳୀ, ଗାଁ ଦାଣ୍ଡରେ ଜଳିଲା ଲକ୍ଷେ ଆଠ ଦୀପ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ

ବୌଦ୍ଧ,୨୩/୧୦: ବୌଦ୍ଧ ସହରର ବୁଟୁପାଲି ଗଜଲକ୍ଷ୍ମୀ ପୁଜା କମିଠି ପକ୍ଷରୁ ଗତ ପୂଣ୍ଣିମା ଦିନ ଠାରୁ ଧୁମଧାମରେ ମାଆ ଲକ୍ଷ୍ମୀଙ୍କ ପୂଜା ପାଳିତ ହୋଇଆସୁୃଛି । ପୂଜା ଆରମ୍ଭ ଦିନ ଏକ କଳସ ଶୋଭାଯାତ୍ରା ସହ ଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହୋଇଥିଲା ।
ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ପୂଜା କମିଟି ପକ୍ଷରୁ ଧୁମଧାମରେ ପାଳନ କରିବା ସହ ବିଭିନ୍ନ ସାସ୍କୃତିକ କାର୍ଯ୍ୟକ୍ରମ କରାଯାଉଅଛି । ମାଆ ଙ୍କ ମଣ୍ଡପ ସମ୍ମୁଖରେ ଲକ୍ଷେ ଆଠ ଦୀପ ଲଗାଇ ପୂଜା କରାଯାଇଥିବା ସହ ସାହିର ପ୍ରତ୍ୟକଙ୍କ ଘର ସମ୍ମୁଖରେ ରଙ୍ଗୋଲି ଓ ପୁର୍ଣ୍ଣ କଳସ ରଖି ଦୀପ ଜାଳି ମାଆ ଙ୍କ ପୂଜା କରି ଆର୍ଶିବାଦ ଭିକ୍ଷା କରିଥିଲେ । ଦୀର୍ଘ ୧୯ ବର୍ଷ ହେବ କମିଟି ତରଫରୁ ଖୁବ ଧୁମାଧାମର ଏହି ପୂଜା ହୋଇଆସୁୃଛି । ଏହି ଦୀପ ଯଜ୍ଞ ଦେଖିବାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।

ବାତ୍ୟା ପାଇଁ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ
ବୌଦ୍ଧ,୨୩/୧୦: ସମ୍ଭାବ୍ୟ ବାତ୍ୟା ଦାନା ର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ବୌଦ୍ଧ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି । ଜିଲ୍ଲାରେ ସମସ୍ତ ସରକାରୀ ଅଧିକାରୀଙ୍କୁ ଛୁଟିରେ ନଯିବାକୁ ଏବଂ ଜିଲ୍ଲା ମୁଖ୍ୟାଳୟରେ ଉପସ୍ଥିତ ରହିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଥିଲା ।
ଜିଲ୍ଲାପାଳ ଶ୍ରୀପଣ୍ଡା ବୈଠକରେ ଅଧ୍ୟକ୍ଷତା କରି ସମ୍ଭାବ୍ୟ ବିପର୍ଯ୍ୟୟର ମୁକାବିଲା ପାଇଁ ପୂର୍ବ ପ୍ରସ୍ତୁତି ନିତାନ୍ତ ଆବଶ୍ୟକ ବୋଲି କହିବା ସହିତ ବିପର୍ଯ୍ୟୟ ସମୟରେ ଉଦ୍ଧାର କାର୍ଯ୍ୟ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ । ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ଓଡ୍ରାପ ଟିମ୍‌, ଅଗ୍ନିଶମ ସଂସ୍ଥା ଓ ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀ ସଜାଗ ରହିବା ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ । ସାଧାରଣଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହିତ ବିପର୍ଯ୍ୟୟ ସମୟରେ ସାଧାରଣଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ,ଉଦ୍ଧାର କାର୍ଯ୍ୟକୁ ପ୍ରାଥମିକତା ଓ ପ୍ରାଥମିକ ଚିକିତ୍ସା ଯୋଗାଇବାକୁ ଗୁରୁତ୍ୱ ଦେବାକୁ ବୈଠକରେ ପରାମର୍ଶ ଦିଆଯାଇଥିଲା ।
ବିଶେଷ ଭାବରେ ଚିକିତ୍ସାଳୟ ଗୁଡିକରେ ସାପ କାମୁଡା,ଡାଇରିଆ ଓøଷଧ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରଖିବା,ପ୍ରାଣୀଧନ ଚିକିତ୍ସାଳୟ ପକ୍ଷରୁ ଗୃହପାଳିତ ପଶୁ ପକ୍ଷୀମାନଙ୍କ ପାଇଁ ଓøଷଧ ମହଜୁଦ ରଖିବାକୁ ପରାମର୍ଶ ଦିଆଯାଇଥିଲା । ତଳି ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ସୁରକ୍ଷିତ ରଖିବ, ଝାଟି ମାଟି ଘରେ ରହୁଥିବା ପରିବାରଙ୍କୁ ସୁରକ୍ଷିତ ସ୍ଥାନକୁ ଉଠାଇ ଆଣିବା,ଆବଶ୍ୟକ ହେଲେ ବିଦ୍ୟାଳୟଗୁଡିକ ବନ୍ଦ କରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯିବ ବୋଲି ଜିଲ୍ଲାପାଳ ଶ୍ରୀପଣ୍ଡା ମତବ୍ୟକ୍ତ କରିଥିଲେ ।
ଆସନ୍ତା ୨୯ ତାରିଖରେ ଜିଲ୍ଲାରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ଦିବସ ପାଳନ କରାଯିବା ଏବଂ ଏ ସଂପର୍କରେ ଲୋକଙ୍କ ମଧ୍ୟରେ ବ୍ୟାପକ ସଚେତନତା କରାଯିବାକୁ ପ୍ରସ୍ତୁତି ବୈଠକରେ ଆଲୋଚନା କରାଯାଇଥିଲା । ଜିଲାର ପ୍ରତ୍ୟେକ ବ୍ଲକରେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଲୋକମାନଙ୍କୁ ସଚେତନ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ସଚେତନତା ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା,ମିନି ମାରାଥନ ଓ ଶପଥ ପାଠ ଆଦି କରାଯିବାକୁ ବୈଠକରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ,ବୌଦ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଯୁଧିଷ୍ଠିର ମେହେର, ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦ୍ରା କୁଜୁର, ବୌଦ୍ଧ ଏନଏସି ନିର୍ବାହୀ ଅଧିକାରୀ ସ୍ୱସ୍ତିକ ଜମାଦାର,ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିକେଆରସି ହେମ୍ବ୍ରମ, ସହକାରୀ ଅଗ୍ନିଶମ ଅଧିକାରୀ ସୁମନ୍ତ ଜେନା,ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକରୀ ରିତାକାନ୍ତି ବଳିୟାରସିଂ. କେନ୍ଦ୍ରିୟ ବିଦ୍ୟାଳୟର ଅଧ୍ୟକ୍ଷ ସନକ ମେହେର,ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ରବିନ୍ଦ୍ର ନାଥ ଗୁରୁ, ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳର ଅଧ୍ୟାପକ ସଦାନନ୍ଦ ମାହାରଙ୍କ ସମେତ ବିଭିନ୍ନ ସ୍ୱେଛାସେବୀ ସଂଗଠନର ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସୁଦାମ କୁମାର ସ୍ୱାଇଁ ବୈଠକକୁ ପରିଚାଳନା କରିଥିବାବେଳେ ଓ ଜିଲ୍ଲା ପ୍ରକଳ୍ପ ଅଧିକାରୀ ବିପର୍ଯ୍ୟୟ ପରିଚାଳନା ସଂଜୟ କୁମାର ଝା ଏବଂ ସୁନିଲ କୁମାର ବେହେରା ସହଯୋଗ କରିଥିଲେ ।
ବୌଦ୍ଧ ପ୍ରାଥମିକ କୃଷି ସମବାୟ ସମିତିର ଗୋଦାମ ଗୃହ ଉଦଘାଟିତ
ବୌଦ୍ଧ,୨୩/୧୦: ବୌଦ୍ଧ ସହର ମାଳିସାହି ଠାରେ ପ୍ରାଥମିକ କୃଷି ସମବାୟ ସମିତିର ଗୋଦାମ ଗୃହ ଉଦଘାଟିତ ହୋଇ ଯାଇଛି । ବୌଦ୍ଧ ବିଧାୟକ ତଥା ଶାସକ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଉଦଘାଟନ କରିଥିଲେ । ସଭାପତି ସତ୍ୟଜିତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ସଭାରେ ସମ୍ମାନୀତ ଅତିଥି ଭାବରେ ବୌଦ୍ଧ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରିୟଦର୍ଶି ପ୍ରତ୍ୟୁଷ ରଥ, ବୌଦ୍ଧ ସମବାୟ ଡିଭିଜନ୍ ଉପ ନିବନ୍ଧକ ହାଡ଼ିବନ୍ଧୁ ମହାଖୁଡ ଯୋଗ ଦେଇଥିଲେ ।
ବର୍ତ୍ତମାନର ରାଜ୍ୟ ସରକାର ସମବାୟ ସଂସ୍ଥା ମାନଙ୍କ ବିକାଶ ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରୁଥିବା ମୁଖ୍ୟ ସଚେତକ ଶ୍ରୀ ପ୍ରଧାନ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଉଦଘାଟନୀ କାର‌୍ୟ୍ୟକ୍ରମରେ ସମିତିର ନିର୍ବାଚିତ ସଦସ୍ୟ ମାନେ ଉପସ୍ଥିତ ଥିଲେ ଜ୍ଝ

ବିରାମଚନ୍ଦ୍ରପୁର ଗ୍ରାମ୍ୟ ରାସ୍ତା ପାଲଟିଛି ମରଣ ଯନ୍ତା, ରେଲୱେ ଠିକା ସଂସ୍ଥାର ମନମୁଖୀ କାର୍ଯ୍ୟ
ବୌଦ୍ଧ,୨୩/୧୦:ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ବିରାମଚନ୍ଦ୍ରପୁର ରାସ୍ତା ମରଣ ଯନ୍ତା ପାଲଟି ଥିବାରୁ ଜନ ଅସତୋଷ ଦିନ କୁ ଦିନ ବଢ଼ିବାରେ ଲାଗିଛି। ରେଲୱେ ଠିକସଂସ୍ଥା ର ମନମୁଖୀ କାର୍ଯ୍ୟ ଯୋଗୁଁ ପୂର୍ବ ରାସ୍ତା ଠାରୁ ଏହି ନୂତନ ରାସ୍ତା ପ୍ରାୟ ୧୫ ରୁ ୨୦ ଫୁଟ ନୀଚାରେ ନିର୍ମାଣ କରାଯାଇଥିବାରୁ ପାଣିଝରି ପାଣିଜମି ରାସ୍ତାର ଅବସ୍ଥା ମରଣଯନ୍ତା ପାଲଟି ଯାଉଥିବାର କୁହାଯାଉଛି ।
ଏହି ରାସ୍ତା ଟି ବିରାମଚନ୍ଦ୍ରପୁର ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥ ଠାରୁ ଗ୍ରାମପଂଚାୟତ କାର‌୍ୟାଳୟ କୁ ସଂଯୋଗ ହୋଇଛି। ଏହି ରାସ୍ତା ଉପରେ ବିରାମଚନ୍ଦ୍ର ପୁର, ହାଟଗାଁ, ମଙ୍ଗଳପୁର, ଘୋରଡ଼ା,, ନୂଆପଡା ଓ ଚମ୍ପାମାଳୀ ଗ୍ରାମର ପ୍ରାୟ ପନ୍ଦର ହଜାରରୁ ଉର୍ଦ୍ଧଲୋକ ନିର୍ଭର କରି ଚଳିଥାନ୍ତି.।
ଏହା ବିରନରସିଂହପୁର ଗ୍ରାମପଂଚାୟତ ର ମୁଖ୍ୟକାର୍ଯ୍ୟାଳୟ ବିରାମଚନ୍ଦ୍ରପୁର ଠାରେ ଥିବାରୁ ପ୍ରାୟ ଦଶଗୋଟି ଗ୍ରାମର ଜନସାଧାରଣ ବାର୍ଦ୍ଧକ୍ୟ ଭତା, ମାଗଣା ଚାଉଳ ଓ ପଚାୟତ କାର୍ଯ୍ୟାଳୟ କୁ ବିଭିନ୍ନ କାର୍ଯ୍ୟରେ ଆସୁଥିବା ବେଳେ ଏହି ରାସ୍ତାରେ ଶହ ଶହ ଛାତ୍ର ଛାତ୍ରୀ ପ୍ରତିଦିନ ସ୍କୁଲ କଲେଜ କୁ ପାଠପଡିବାକୁ ଯାଇଥାନ୍ତି.। ଏହି ରାସ୍ତାରେ ୩ ରୁ ୪ ପୁଟ ପାଣି ଜମା ହୋଇରହୁଥିବାରୁ ଜନସାଧାରଣ ଓ ଛାତ୍ର ଛାତ୍ରୀ ଏହି ପାଣିଭିତରେ ପସିଯାଉଥିବାର ଅଭିଯୋଗ ହେଉଛି । ମାଟିଧୋଇ କାଦୁଅ ରାସ୍ତାରେ ଜମାଟ ବାନ୍ଧି ରହୁଥିବାରୁ ସାଇକେଲ ଓ ମଟର ସାଇକେଲ ଯାଉଥିବାବେଳେ ଏଠାରେ ଦୁର୍ଘଟଣାଘଟି ବହୁସମୟରେ ଖଣ୍ଡିଆ ଖବରା ହେବା ସହ ଲୋକଙ୍କ ଗୋଡ଼ ହାତ ଭାଙ୍ଗି ଥିବାର ଅଭିଯୋଗ ହେଉଛି ।
ଏନେଇ ଗ୍ରାମବାସୀ ଠିକା ସଂସ୍ଥା କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କର୍ଣପାତ କରୁନଥିବାର କୁହାଯାଉଛି। ଏଦିଗରେ ଜିଲ୍ଲାପ୍ରଶାସନ ଦୃଷ୍ଟି ଦେବାପାଇଁ ଜନସାଧାରଣଙ୍କ ଦାବି ହେଉଛି । ନଚେତ ଆଗାମୀ ଦିନରେ ଜନଆନ୍ଦୋଳନ ହେବବୋଲି ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି।

                                                                                                                                                                                                                               ଗାଡି ସହ ଗଂଜେଇ ଜବତ ୨ ଗିରଫ

ବୌଦ୍ଧ,୨୩/୧୦: ବୌଦ୍ଧ ଥାନା ପକ୍ଷରୁ ଏକ ବୋଲେରୋ ପିକପ(ଓଡି ୦୩ ଏଏ ୭୮୧୯) ଗାଡି ଉପରେ ଚଢଉ କରି ୨୮୫ ଗଂଜେଇ ଜବତ କରିବା ସହ ଉକ୍ତ ଗାଡିକୁ ଜବତ କରିଛି । ଏହି ଗଟଣାରେ ଦୁଇ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ବାଉଁଶୁଣୀ ଥାନା କଳାପଥର ଗ୍ରାମର ସୌମିତ୍ରୀ ପ୍ରଧାନ(୨୨) ଓ ମନମୁଣ୍ଡା ଥାନା ତିଲପଙ୍କା ଗ୍ରାମର ଯୋଶୋମନ୍ତ ବେହେରା(୨୦) ବୋଲି ଜଣାପଡିଛି । ପୁଲିସ ସୂତ୍ରରୁ ପ୍ରକାଶ, ଗଂଜେଇ ଚାଲାଣ ନେଇ ବୌଦ୍ଧ ପୁଲିସ ବିଶେଷ ସୂତ୍ରରୁ ସୂଚନା ପାଇ ବୌଦ୍ଧ-ବଘିଆପଡା ରାସ୍ତାର କାଶିଆବସା ଠାରେ ଏକ ବୋଲେରୋ ପିକପ ଗାଡି ଉପରେ ଚଢଉ କରିଥିଲେ । ଗାଡିରୁ ୨୮୫ କେଜି ଗଂଜେଇ ପାଇଥିଲେ । ପୁଲିସ ଗାଡି ସହ ଗଂଜେଇକୁ ଜବତ କରିଥିବା ବେଳେ ଗାଡିରେ ଥିବା ସୌମିତ୍ରୀ ପ୍ରଧାନ ଓ ଯୋଶୋମନ୍ତ ବେହେରାକୁ ଗିରଫ କରି ଆଜି କୋର୍ଟ ଚାଲଣ କରିଛି ।

Related Posts

Seo wordpress plugin by www.seowizard.org.