Odisha News

ଯାଜପୁର ଜିଲ୍ଲାରେ ପହଞ୍ଚିଲା ଭାରତ ଯୋଡ ଯାତ୍ରା

ଚଣ୍ଡିଖୋଲ,୫/୧୧ : ଯାଜପୁର ଜିଲ୍ଲାରେ ପହଞ୍ଚିଲା ଭାରତ ଯୋଡ ଯାତ୍ରା । ଯାଜପୁର ଜିଲ୍ଲାର ଛତିଆ ଠାରେ ଏହି ଯାତ୍ରା ପହଞ୍ଚିବା ପରେ ବଡ଼ଚଣା କଂଗ୍ରେସ ପକ୍ଷରୁ ବିପୁଳ ସ୍ୱାଗତ କରାଯାଇଥିଲା ।
ଓଡିଶା ପିସିସି ସଭାପତି ଶରତ ପଟ୍ଟନାୟକ ଏହି ଯାତ୍ରାରେ ଯୋଗ ଦେଇଥିଲା । ଏଥିରେ ରାଜ୍ୟ କଂଗ୍ରେସ ମହିଳା ସଭାପତି, ଯାଜପୁର ଜିଲ୍ଲା ସଭାପତିଙ୍କ ସହ କଂଗ୍ରେସର ବହୁ କର୍ମକର୍ତ୍ତା ଏହି ଯାତ୍ରାରେ ସାମିଲ ହୋଇଥିଲେ।
ତେବେ ଏହି ଭାରତ ଯୋଡ଼ ଯାତ୍ରାକୁ ନେଇ କଂଗ୍ରେସ କର୍ମୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ଏହା ଆଗାମୀ ନିର୍ବାଚନରେ ପ୍ରତିଫଳନ ହେବ ବୋଲି ପିସିସି ସଭାପତି କହିଥିଲେ । ଜାତୀୟ ରାଜପଥରେ ଏହି ଶୋଭାଯାତ୍ରା ଯାଉଥିବାରୁ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।

Related Posts

Seo wordpress plugin by www.seowizard.org.