Odisha News

ମହୁଲ ଗୋଟାଇବା ପାଇଁ ଯାଇଥିଲେ ଦମ୍ପତି: ବାଟରେ ମାଡ଼ିବସିଲା ଭାଲୁ

ଆନନ୍ଦପୁର, ୧/୪ : ଭାଲୁ ଆକ୍ରମଣରେ ଗୁରୁତର ଦମ୍ପତ୍ତିଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୟୁରଭଞ୍ଜ ଜିଲା ମହୁଲଡିହା ଥାନା ଗୌଡିଆବାହାଳିର ଏହି ଦମ୍ପତ୍ତି ଗୋପିନାଥ ମହାନ୍ତ ଓ ବିଣାପାଣି ଆଜି ସକାଳୁ ମହୁଲ ଗୋଟାଇବାକୁ ନିଜ ଗାଁ ନିକଟରେ ଥାବା ଜଙ୍ଗଲକୁ ବାହାରିଥିଲେ । ଏହି ସମୟରେ ବାଟରେ ଭାଲୁ ହାବୁଡରେ ପଡିଥିଲେ ।
ଭାଲୁଟି ପ୍ରଥମେ ସ୍ତ୍ରୀ ବିଣାପାଣୀଙ୍କୁ ଆକ୍ରମଣ କରିବାରୁ ସ୍ବାମୀ ଗୋପିନାଥ ତାଙ୍କୁ ଉଦ୍ଧାର କରିବାକୁ ଯାଇ ଭାଲୁ ଆକ୍ରମଣର ଶିକାର ହୋଇଥିଲେ । ସ୍ଥାନୀୟ ଲୋକଙ୍କ ଦ୍ବାରା ଉଭୟଙ୍କୁ ଭାଲୁ କବଳରୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ମାଧ୍ୟମରେ ଡାକ୍ତରଖା ପଠାଯାଇଥିଲା । ଭାଲୁ ଆକ୍ରମଣରେ ବୀଣାପାଣିଙ୍କ ମୁଣ୍ଡ ଓ ଆଖୀ ରେ ଗଭିର ଆଘାତ ଲାଗିଛି । ଗୋପୀନାଥ ମଧ୍ୟ ଆହତ ହୋଇଛନ୍ତି ।

Related Posts

Seo wordpress plugin by www.seowizard.org.