Odisha News

ବିଦ୍ୟାଳୟ ପରିସର ମଧ୍ୟକୁ ସାମ୍ବାଦିକଙ୍କୁ ମନା ପ୍ରତିବାଦରେ ବାଲିଗୁଡା ପ୍ରେସ କ୍ଲବ ପକ୍ଷରୁ ରାଜ୍ୟପାଳଙ୍କୁ ଦାବୀପତ୍ର ପ୍ରଦାନ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୧୧/୭: ସ୍କୁଲ ହତା ମଧ୍ୟକୁ ସାମ୍ବାଦିକ ଙ୍କୁ ମନା । ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହେବାପରେ ସାମ୍ବାଦିକଙ୍କ ମନରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ଭ ପ୍ରତି ଏହା ଅସମ୍ମାନ ଏଣୁ ଏହାକୁ ତିବ୍ର ନିନ୍ଦା କରାଯାଇଛି । ଗଣଶିକ୍ଷା ବିଭାଗର ମନ୍ତ୍ରୀ ସମୀର ଦାସ ଗଣ ମାଧ୍ୟମ ରେ ଅରୁଚିକର ମନ୍ତବ୍ୟର ପ୍ରତିବାଦ ଓ ସରକାରୀ ନିୟମ କୁ ଅତିଶୀଘ୍ର ପ୍ରତ୍ୟାହୃତ ଦାବୀ ନେଇ ବାଲିଗୁଡା ପ୍ରେସ କ୍ଲବ ପକ୍ଷରୁ ପିଡବ୍ଲୁଡି ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସ୍ଥାନୀୟ ଉପ ଜ଼ିଲ୍ଲାପାଳ ଙ୍କ ଜରିଆରେ ମହାମହିମ ରାଜ୍ୟପାଳ ଙ୍କ ନିକଟକୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି ।
ତୁରନ୍ତ ଏହା ପ୍ରତ୍ୟାହୃତ କରାନଗଲେ ଆଗାମୀ ଦିନରେ ସାମ୍ବାଦିକ ମାନେ ସରକାରୀ କାର୍ଯ୍ୟକ୍ରମରେ ଅସହଯୋଗ କରିବା ସହ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ପ୍ରେସ କ୍ଲବର ସାମ୍ବାଦିକ ମାନେ ଚେତାବନୀ ଦେଇଛନ୍ତି ।
ସାମ୍ବାଦିକ ଅଜିତ କୁମାର ନାୟକ ଙ୍କ ନେତୃତ୍ୱ ରେ ସାମ୍ବାଦିକ ମନୋରଞ୍ଜନ ରାୟ, ପ୍ରମୋଦ କୁମାର ଦଣ୍ଡସେନା, ସୁବ୍ରତ କୁମାର ମାଝୀ, ସରୋଜ ବଳିୟାର ସିଂ ସୁରେଶ କୁମାର ପତି, ରାମନନ୍ଦ ଘଡ଼ାଇ, ସତ୍ୟ ନାରାୟଣ ପଣ୍ଡା, ଇସାକ ପ୍ରଧାନ, ରାଜୀବ ମୁଠାମାଝୀ, ତାପସ କୁମାର ନାୟକ, ଟିକି ଦାଣ୍ଡିଆ, ଲକ୍ଷ୍ମୀ ନାରାୟଣ ମଳିକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।
କନ୍ଧମାଳ : ଗଭୀର କୂଅ ଭିତରୁ ଦମକଳ ବାହିନୀ ଗାଈ କୁ ଉଦ୍ଧାର କଲେ
ବାଲିଗୁଡା,୧୧/୭: କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଳକ ମହାସିଙ୍ଗି ପଞ୍ଚାୟତ ଗ୍ରାମ ରୋଜଗାର ସେବକ କେଶବ ଚନ୍ଦ୍ର କାମ୍ପ କୌଣସି ଏକ କାର୍ଯ୍ୟରେ ପେନାକେତା ଗ୍ରାମକୁ ଯାଇଥିବା ବେଳେ ଗ୍ରାମରେ ଥିବା ଏକ କୂଅ ଭିତରେ ଏକ ଗାଈ ପଡ଼ିଥିବା ଜାଣିପାରିଥିଲେ। ସେ ଗାଈଟିକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ।
ଏହି ସମୟରେ ସେ ଆହତ ମଧ୍ୟ ହୋଇଥିଲେ । କିନ୍ତୁ ୨୫ ଫୁଟ ଭିତରୁ ଗାଈ ଟିକୁ ଉଦ୍ଧାର କରିବା ତାଙ୍କ ପକ୍ଷେ ସମ୍ଭବ ହୋଇନଥିଲା। ଏହାପରେ ସେ ଦମକଳ କେନ୍ଦ୍ରକୁ ଫୋନ କରିଥିଲେ।
ଦମକଳ ବାହିନୀ ସେଠାରେ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ଗାଈଟିକୁ ଗଭୀର କୂଅରୁ ଉଦ୍ଧାର କରିଥିଲେ। ଏହି ଉଦ୍ଧାର କାର୍ଯ୍ୟରେ ଦମକଳ ବାହିନୀ ସହ ସରପଞ୍ଚ ରଞ୍ଜିତ ମଳିକ, ରହିମ ନାୟକ ଓ ଗ୍ରାମବାସୀ ପ୍ରମୁଖ ସାମିଲ ହୋଇଥିଲେ।
କନ୍ଧମାଳ : କ.ନୂଆଗାଁ ଅଂଚଳ ରୁ ନାବାଳକ ଉଦ୍ଧାର
ବାଲିଗୁଡା,୧୧/୭: କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ଅଂଚଳରୁ ଜଣେ ନାବାଳକ କୁ ଚାଇଲଡ ଲାଇନ ଉଦ୍ଧାର କରିଛି । ନାବାଳକ ଟି କେଉଁ ଆଡୁ ଆସି କ.ନୂଆଗାଁ ଅଂଚଳ ରେ ଏକାକୀ ବୁଲୁଥିଲା । ପଚାରିଲେ କିଛି ଉତ୍ତର ଦେଉନି ।
ଏ ନେଇ ସମ୍ପୃକ୍ତ ଅଞ୍ଚଳ ରୂ କୌଣସି ସହୃଦୟଵ୍ୟକ୍ତି ୧୦୯୮ କୁ ଫୋନକରି ଜଣାଇବା ପରେ ଚାଇଲଡ଼ ଲାଇନ ଟିମ ର ଶିବଶଙ୍କର ବେହେରା, ପ୍ରଭାସ ରଞ୍ଜନ ନାୟକ କ.ନୂଆଗାଁ ଯାଇ ନାବାଳକ ଟିକୁ ଉଦ୍ଧକ୍ଷର କରିଥିଲେ । ନାବାଳକ କିଛି କହିପାରୁନଥିବାରୁ ସେ କେଉଁ ଅଂଚଳ ର ନିଜର ନାଁ, କି ବାପାଙ୍କ ନାଁ, ଠିକଣା ଜାଣିଵା ମୁସ୍କିଲ ହୋଇପଡିଛି ।
ନାବାଳକ କୁ ଶିଶୁ ମଂଗଳ କମିଟୀ ରେ ହାଜର କରିବା ପରେ ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଙ୍କ ନିର୍ଦେଶ ପ୍ରକାରେ ତାକୁ ଫୁଲବାଣୀ ସ୍ଥିତ କେନ୍ଦୁପଦରରେ ଥିବା ଗୋପବନ୍ଧୁ ବାଳାଶ୍ରମ ରେ ଥଇଥାନ କରାଯାଇଛି ।
ନାବାଳକ ର ବୟସ ପନ୍ଦର ବର୍ଷ ବୋଲି ଅନୁମାନ କରାଯାଉଛି କ୍ଷ କେହି ସହୃଦୟ ଵ୍ୟକ୍ତି ବିଶେଷ ଯଦି ଏହି ନାବାଳକ ସମ୍ପର୍କରେ ଖବର ପାଇଲେ ଚାଇଲଡ଼ ଲାଇନ, ଫୁଲବାଣୀ କୁ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି ।

Related Posts

Seo wordpress plugin by www.seowizard.org.