Ollywood News

ବାବୁଶାନ୍-ପ୍ରକୃତି ପ୍ରେମ ଘଟଣା: ସାମ୍ନାକୁ ଆସିଲେ ବିବାଦୀୟ ଅଭିନେତ୍ରୀ ପ୍ରକୃତି ମିଶ୍ର, କହିଲେ ସ୍ୱାମୀକୁ ଶିକୁଳିରେ ବାନ୍ଧି ରଖ

ଭୁବନେଶ୍ୱର,୨୪/୭: ବାବୁଶାନ-ତୃପ୍ତି-ପ୍ରକୃତି ବିବାଦ ଅଡ଼ୁଆ ସୂତା ଭଳି ଅଧିକ ଛନ୍ଦି ହେବାରେ ଲାଗିଛି। ଏନେଇ ଆଜି ଇନଷ୍ଟାଗ୍ରାମରେ ଭିଡିଓ ଜାରି କଲେ ଅଭିନେତ୍ରୀ ପ୍ରକୃତି ମିଶ୍ର। ଭିଡିଓରେ ଗତକାଲିର ଘଟଣା ଉପରେ ପ୍ରତିକ୍ରିୟା ରଖିଲେ ପ୍ରକୃତି। ଭିଡ଼ିଓରେ ସିଧାସଳଖ ପରୋକ୍ଷ ଅଙ୍ଗୁଳି ନିର୍ଦ୍ଦେଶ କରି ତୃପ୍ତିଙ୍କ ଘର ଭାଙ୍ଗି ସାରିଥିବା ସେ କହିଛନ୍ତି। ବାବୁସାନଙ୍କ ବେକରେ ସିକୁଳି ପକାଇ ଘରେ ରଖନ୍ତୁ ବୋଲି ତୃପ୍ତିଙ୍କୁ ସେ କହିଛନ୍ତି।
ସେ ଭିଡ଼ିଓରେ କହିଛନ୍ତି, ‘ନମସ୍କାର। ମୁଁ ପ୍ରକୃତି ମିଶ୍ର। ଆପଣମାନେ ମୋ ଭାଇରାଲ ଭିଡ଼ିଓ ଦେଖିସାରିବେଣି। କିଛି ଲୋକ ଏହାର ବହୁତ ମାତ୍ରାରେ ମଜା ନେଉଛନ୍ତି। ବହୁ ମାତ୍ରାରେ ଲୋକ ସପୋଟ ମଧ୍ୟ କରୁଛନ୍ତି।
ଘଟଣାଟି ଘଟିଛି। ଗୋଟିଏ ନାରୀ ଆଉ ଗୋଟିଏ ନାରୀ ଉପରେ ଯେଉଁପରି ନିର‌୍ୟାତନା କରିଛନ୍ତି। ସେ ଯେଉଁ ପ୍ରକାର ଦୁର୍ବ୍ୟବହାର କରୁଛନ୍ତି, ବିନା କଥାବାର୍ତ୍ତାରେ, ଯେଉଁ ଗୁଣ୍ଡାଗର୍ଦ୍ଦି କରିଛନ୍ତି, ୮ଟା ଗୁଣ୍ଡା ନେଇ ଆସିଥିଲେ। ତାଙ୍କ ବାପା ଯିଏ କି ତାଙ୍କ ସାର୍ଟ ଭିଡ଼ାଭିଡ଼ି କରିଥିଲେ। ସେ ମତେ ତାଙ୍କ ଯଥାସାଧ୍ୟ ହାରାସ କରିଥିଲେ।
ଏହା ତାଙ୍କ ସଂସ୍କାର। ସେ କେଉଁ ଘରୁ ଆସନ୍ତି। କେଉଁ ଶିକ୍ଷା ନେଇଛନ୍ତି। ଆପଣମାନେ ଭିଡ଼ିଓ ଦେଖୁଛନ୍ତି, ଦେଖିପାରୁଥିବେ। ସେଠାରେ ମୁଁ କହୁଛି, ହେଲ୍ପ କରନ୍ତୁ..ହେଲ୍ପ କରନ୍ତୁ। ସେଠି ଲୋକମାନେ ଆସି ମୋ ସହ ଆସି ସେଲ୍ଫି ନେଉଥିଲେ। ସାହାଯ୍ୟ କରିବା ଦୂରର କଥା। ଆମେ କେମିତି ସମାଜରେ ରହୁଛେ, ଭାବିଲେ ଭାରି ଘୃଣା ଲାଗୁଛି। ମୁଁ ଭାଙ୍ଗି ପଡ଼ିନି। ମୁଁ କହିବି।
ଯେଉଁ ଫିଲ୍ମ ପାଇଁ ଆମେ ଆସୁଥିଲୁ, ସେହି ଫିଲ୍ମର ମୁଁ କୋ ପ୍ରଡ୍ୟୁସର ଥିଲି। ମାତ୍ର ଏହି ଫିଲ୍ମ ଆଉ ହେବନି। ଏହା ବିଭିନ୍ନ ଭାଷାରେ କରିବାକୁ ଚେଷ୍ଟା ଥିଲା। ଠିକ୍ ଅଛି ଯାହା ହେଲା ଭଲ ହେଲା।
ସେଠାରେ ସମସ୍ତଙ୍କୁ ଦେଖାଗଲା ଯେ ସେ କଣ କଲା, ମୁଁ କେମିତି ନିର‌୍ୟାତିତ ହେଉଥିଲି। ମୋର କେବଳ ଗୋଟିଏ କଥା, ମୋ ଉପରେ ବହୁତ ଅଭିଯୋଗ ଲଗାଇ ସାରିଲେଣି। ଘରଭଙ୍ଗା, ଅମୁକେଇ, ସମୁକେଇ, ଧମୁକେଇ। କେହି କାହା ଘର ଭାଙ୍ଗି ପାରନ୍ତିନି। ଏହା ଭାଙ୍ଗି ସାରିଛି।
ଯଦି ତମର ତମ ସ୍ୱାମୀ ପ୍ରତି ବାଟ୍ଟ ସ୍ୱାମୀ ବାହାରକୁ ଯାଆନ୍ତୁନି ବୋଲି ଚାହୁଁଛ, ତେବେ ତାଙ୍କ ବେକରେ ଗୋଟିଏ ସିକୁଳି ଦେଇଦିଅ। ଆଉ ଘରେ ରଖିଦିଅ। ଅନ୍ୟ ଝିଅକୁ ଯାଇ ଟଣାଓଟରା କରିକି.. ଯାହା ଯୋଗୁ ନିଜେ ରାସ୍ତାରେ ଅପଦସ୍ତ ହେଲ। ଏଭଳି କରି କ’ଣ ପାଇଲ, ମୁଁ ବୁଝିପାରୁନି। ମତେ ବଦନାମ କଲ। ଭେରି ନାଇସ୍।
ମୁଁ ବହୁତ କାମ କରିଛି। ମୁଁ ବହୁତ କାମ କରିବି। ମୁଁ ମୋ ରାଜ୍ୟ ପାଇଁ ବହୁତ ସୁନାମ ପାଇଛି। ଆହୁରି ବହୁତ କରିବି। ମୁଁ ରହିବିନି। ମୁଁ ମୋର ଏକ ସାଙ୍ଗ ସହିତଟ୍ଟ. ମୋ କୋ-ଆକ୍ଟର ବାବୁସାନ୍ଙ୍କ ସହିତ ଏତେକଥାଟ୍ଟ ତଦନ୍ତ ହୋଇଯାଉଛି। କେହି କିଛି କେୟାର ବି କରୁନାହାନ୍ତି କି ଯାହା ଉପରେ ହୋଇଥିବ ତାକୁ କଣ ଫିଲ୍ ହୋଇଥିବ।
ସେ କେଉଁ ପରିସ୍ଥିତି ଦେଇକି ଯାଉଥିବ। ମୁଁ ଏକୁଟିଆ ଝିଅ ସେଠି ସମସ୍ତଙ୍କ ଆଗରେ ଫାଇଟ୍ କରିକି ଆସିଛି। ମୁଁ ସମସ୍ତଙ୍କୁ କହୁଛି, ଆଜି ସମସ୍ତ ମହିଳାଙ୍କୁ କହୁଛି, ଆପଣମାନେ ଏମିତି କିଛି ସମ୍ମୁଖୀନ ହେଉଛନ୍ତି, ତେବେ ଭାଙ୍ଗି ପଡ଼ନ୍ତୁନି। ଷ୍ଟାଣ୍ଡ ଷ୍ଟିଲ୍, ବିଶେଷ ଭାବେ ଭାରତୀୟ ମହିଳାଙ୍କ କ୍ଷେତ୍ରରେ, ଏମିତି କାହା ସହ ଘଟିଲେ ମୁଁ ତାଙ୍କ ପାଇଁ ଠିଆ ହେବେ।
ମୋ ଜୀବନର ଲକ୍ଷ୍ୟ ଅଲଗା। ଯେଉଁ ଘଟଣା କାଲି ଘଟିଛି, ତାହା ପରେ ମୁଁ ବୁଝି ସାରିଲେଣି କି ଭଗବାନ ମୋ ଦ୍ୱାରା ସମାଜକୁ କିଛି ବାର୍ତ୍ତା ଦେବାକୁ ବନେଇଛନ୍ତି। ତେଣୁ ଏହା କରି ମୁଁ ସମସ୍ତଙ୍କ ସାମ୍ନାକୁ ଆସେଟ୍ଟ। ଭଲ ଓ ଖରାପ କାରଣ ପାଇଁ ମୁଁ ସାମ୍ନାକୁ ଆସେ।
କେହି କେବେ ପଚରାରନ୍ତିନି ମୋର ମତ କ’ଣ। ତେଣୁ ତାଙ୍କ ବିରୋଧରେ ମୋର କିଛି ଅଭିଯୋଗ ନାହିଁ। ତାଙ୍କର ଯାହା କରିବା କଥା କରିଲେ। ତାଙ୍କୁ ରାସ୍ତାରେ ଅଭଦ୍ର ବ୍ୟବହାର ହେବାର ଥିଲା, ତେଣୁ ହେଲେ। ମୁଁ ମୋ ଡିଗିନିଟି ଓ ଗ୍ରେସ୍ ମେଣ୍ଟେନ କରିକିଟ୍ଟ ମୋ ପରିବାରର ଶିକ୍ଷା ମେଣ୍ଟେନ କରିକିଟ୍ଟ ସେଠାରୁ ଚୁପ୍ ହୋଇକି ଆସିଲି। ସବୁ ସହିଲି।
ଆଉ ମୁଁ ଆଇନର ଦ୍ୱାରକୁ ଯାଇଛି। ମୋ ବାପା, ମା’ ଯାଇଛନ୍ତି। ଯାହା ବି ଆଇନର କାର‌୍ୟ୍ୟାନୁଷ୍ଠାନ ଅଛି, ତାହା ହବ।
ମୋତେ ସପୋଟ କରୁଥିବା ସମଗ୍ର ଓଡ଼ିଶାବାସୀଙ୍କୁ ଏତିକି କହିବାକୁ ଚାହୁଁଛି, ତାଙ୍କୁ ଅନେକ ଅନେକ ଧନ୍ୟବାଦ। ଆପଣମାନେ ସବୁ ଜାଣିପାରୁଥିବେ। ସେ ଭିଡ଼ିଓରେ କିଏ କଣ ହଉଛି। ଦ୍ୱିତୀୟତଃ କହିବାକୁ ଚାହୁଁଛି, ମତେ ରିଲି ଲାଇଫ୍ ହିରୋଇନ୍ରୁ ରିଅଲ ଲାଇଫ୍ ହିରୋଇନ ବନାଇ ଦିଅ। ମୁଁ ରହିବିନି। ମୁଁ କାମ କରିବି, ମୁଁ ଚମକିବି, ମୁଁ ଅଧିକରୁ ଅଧିକ ଚମକିବି। ସେମିତି, ଯେମିତି ଜାତୀୟ ପୁରସ୍କାର ପାଇଛି। ବହୁତ ଗୁଡ଼ାଏ ସମ୍ମାନ ରାଜ୍ୟ ପାଇଁ ଆଣିଛି। ସେମିତି ଆଣିବି ଏବଂ ଆଣୁଥିବି।
ମତେ ଯେତେ ଭାଙ୍ଗିକି ପକେଇଲେ ବି ମୁଁ ଯୋଡ଼ି ହେବି, ପୁଣି ଛିଡ଼ା ହେବି। ଜୟ ଜଗନ୍ନାଥ।’

Related Posts

Seo wordpress plugin by www.seowizard.org.