Odisha News

ବଳଦ ଖୋଜିବାକୁ ଯାଇ ବରାହ ଆକ୍ରମଣରେ ଯୁବକ ଗୁରୁତର

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା, ୧୬/୪: ବଳଦ ଖୋଜିବାକୁ ଯାଇ ବରାହ ଆକ୍ରମଣର ଶିକାର ହେଲେ ଯୁବକ । ଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲାର ଉପାନ୍ତ ଅଞ୍ଚଳ କୋଟଗଡ଼ ବ୍ଲକ୍ ଅନ୍ତର୍ଗତ ରଢ଼ା ଗ୍ରାମରେ ।
ସୂଚନା ପ୍ରକାରେ ରଢ଼ା ଗ୍ରାମର ବିକ୍ରମ ସୁକାମାଝୀ ନାମକ ୨୮ ବର୍ଷୀୟ ଯୁବକଙ୍କ ବଳଦ ଜଙ୍ଗଲକୁ ଚରିବାକୁ ଯାଇଥିଲେ । ବଳଦ ଫେରିବାରେ ବିଳମ୍ବ ହେବାରୁ ଖୋଜିବାକୁ ନିକଟସ୍ଥ ଜବା ଜଙ୍ଗଲକୁ ଯାଇଥିଲେ ବିକ୍ରମ ।
ବଳଦ ଖୋଜି ଫେରିବା ସମୟରେ ସେହି ଜଙ୍ଗଲରେ ଏକ ନାଳ ନିକଟରେ ହଠାତ୍ ଏକ ବରାହ ଆସି ବିକ୍ରମଙ୍କୁ ଆକ୍ରମଣ କରିଥିଲା ।
କୌଣସି ପ୍ରକାରେ ବିକ୍ରମ ବରାହ କବଳରୁ ମୁକୁଳି ଯାଇଛନ୍ତି ସତ କିନ୍ତୁ ବରାହ ଆକ୍ରମଣରେ ବିକ୍ରମଙ୍କ ଦୁଇ ଜଙ୍ଘ, ଗୋଡ଼ ଓ ହାତରେ ଗଭୀର କ୍ଷତ ହୋଇଥିବା ଜଣାପଡ଼ିଛି । ପରିବାର ଲୋକେ ଗୁରୁତର ଅବସ୍ଥାରେ ବିକ୍ରମ ସୁକାମାଝୀଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି ।

Related Posts

Seo wordpress plugin by www.seowizard.org.