Odisha News

ବଡ଼ବିଲ : ଛୁରାମାଡ଼ରେ ଯୁବକ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

ବଡ଼ବିଲ,୬/୧୨: ଛୁରାମାଡ଼ରେ ଯୁବକ ଗୁରୁତର ହୋଇଛନ୍ତି। ଘଟଣା ଘଟିଛି ବଡ଼ବିଲ ଥାନା ଅନ୍ତର୍ଗତ ପୁରୁଣା ବସଷ୍ଟାଣ୍ଡର ଏକ ଚା ଦୋକାନ ସମ୍ମୁଖରେ। ବଡ଼ବିଲ ନ୍ୟୁମାର୍କେଟର ଏମଡି ଆକବର ତାଙ୍କ ଛୁଆକୁ ସ୍କୁଲରେ ଛାଡି ପୁରୁଣା ବସଷ୍ଟାଣ୍ଡରେ ଥିବା ଚା ଦୋକାନକୁ ଚା ପିଇବାକୁ ଯାଇଥିଲେ। ପୂର୍ବରୁ ଉକ୍ତ ଚା ଦୋକାନରେ ୮/୧୦ ଜଣ ଯୁବକ ଚା ପିଉଥିଲେ, ଯେଉଁମାନଙ୍କୁ ଏମଡି. ଆକବର ଜାଣିଥିଲେ।
ଚା ପିଇବା ସମୟରେ ହଠାତ ଆଜାଦବସ୍ତିର ଡାକା ନାମକ ଜଣେ ଯୁବକ ଏମଡି.ଆକବରଙ୍କୁ ଏକ ଛୁରାରେ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।
ଛୁରାଟି ଆକବରଙ୍କର ବାମପଟ ପେଟରେ ବାଜିଥିବାବେଳେ, ଉପସ୍ଥିତ ଲୋକେ ତାକୁ ଗୁରୁତର ଅବସ୍ଥାରେ ବଡ଼ବିଲ ସରକାରୀ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିବା ଜଣାଯାଇଛି। ଛୁରାମାଡ଼ର କାରଣ ଅସ୍ପଷ୍ଟ ଥିବାବେଳେ ପୂର୍ବ ଶତ୍ରୁତାରୁ ଏଭଳି କାଣ୍ଡ ହୋଇଥିବା ସାଧାରଣରେ ଆଲୋଚନା ହେଉଛି। ପୁଲିସ ଘଟଣାର ତଦନ୍ତ କରୁଥିବା ଜଣାଯାଇଛି।

Related Posts

Seo wordpress plugin by www.seowizard.org.