Odisha News

ପୁଣି ମାତିଲେ ସାଇବର ଠକ : ପୂର୍ବତନ ସେନା ଅଧିକାରୀଙ୍କୁ ଠକିନେଲେ କୋଟିଏ ଟଙ୍କା

ଭୁବନେଶ୍ୱର ୫/୧: ପୁଣି ମାତିଲେ ସାଇବର ଠକ । ଶିକାର ହେଲେ ବରିଷ୍ଠ ନାଗରିକ । ସାଇବର ଠକେଇ ଇତିହାସରେ ସବୁଠି ବଡ଼ ଠକେଇ । କୋଟିଏ ଟଙ୍କା ଠକିନେଲେ ସାଇବର ଠକ ।
ଖବର ଅନୁଯାୟୀ, ଜଣେ ପୂର୍ବତନ ସେନା ଅଧିକାରୀଙ୍କଠୁ କୋଟିଏ ଟଙ୍କା ଠକି ନେଇଛନ୍ତି ସାଇବର ଠକ । ଜଈଓ ଅଧିକାରୀ ପରିଚୟ ଦେଇ ଇନସ୍ୟୁରାନ୍ସ ପାଇଁ ଲୋଭନୀୟ ଅଫର ଦେଇ ଅନଲାଇନ୍ ରେ ଟଙ୍କା ଠକି ନେଇଥିବା ଜଣାପଡିଛି। ୨୦୧୫ରୁ ସାଇବର ଠକ ପୂର୍ବତନ ସେନା ଅଧିକାରୀଙ୍କୁ ଠକି ଚାଲିଥିଲେ ।
ସାଇବର ଠକ ଦେଇଥିବା ଲିଙ୍କ୍ ଜରିଆରେ ସେ ଟଙ୍କା ଜମା କରିଚାଲିଥିଲେ । ପୂର୍ବତନ ସେନା ଅଧିକାରୀ ଜଣଙ୍କ ଠକେଇ ନେଇ କଟକ ସାଇବର ଥାନାରେ ଅଭିଯୋଗ କରିଛନ୍ତି । ସାଇବର ଇତିହାସରେ ଓଡିଶାର ଏହା ସବୁଠାରୁ ବଡ ଠକେଇର ଅଭିଯୋଗ ଆସିଛି ।

Related Posts

Seo wordpress plugin by www.seowizard.org.