Odisha News

ନୟାଗଡ: “ସାହିତ୍ୟ ପାଇଁ ଗଛ ଟିଏ”

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୧୧/୬ :ନୟାଗଡ଼ ସ୍ଥାନୀୟ ଡିଭାଇନ କଲେଜ ପରିସରରେ ଉତ୍କଳ ସମ୍ମିଳନୀ ନୟାଗଡ଼ ଜିଲ୍ଲା ଶାଖା, ତଥାସ୍ତୁ,ଓ ମା ଫାଉଣ୍ଡେସନ ମିଳିତ ଆନୁକୁଲ୍ୟରେ ଛାତ୍ର ଛାତ୍ରୀ, ସହ କବି କଳାକାର, ଓ କଣ୍ଠଶିଳ୍ପୀ କୁଂ ନେଇ ନୂଆ ସ୍ଵର ନିଆରା କଥା “ସାହିତ୍ୟ ସଂଧ୍ୟା”।
କାର୍ଯ୍ୟକ୍ରମ ପୂର୍ବରୁ ମା’ଫାଉଣ୍ଡେସନ ତରଫରୁ ବିଶ୍ଵ ପଯ୍ୟାବରଣ ପାଇଁ ଚଳିତ ବର୍ଷ ର ଥିମ୍ “କେବଳ ଗୋଟିଏ ପୃଥିବୀ” କୁ ପ୍ରାଧାନ୍ୟ ଦେଇ ପୃଥିବୀ କୁ ବଂଚାଇବା ପ୍ରୟାସ ରେ ସାମୂହିକ ସଚେତନତା ଓ ବୃକ୍ଷ ରୋପଣ ଉପରେ ଆଲୋକପାତ କରି “ସାହିତ୍ୟ ପାଇଁ ଗଛ ଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମ କୁ ତଥାସ୍ତୁ ମୁଖ୍ୟ କବି ଶରତ ଚନ୍ଦ୍ର ଆଚାର୍ଯ୍ୟ,ଓ ମା’ଫାଉଣ୍ଡେସନ ର ସଂପାଦକ ରଂଜନ ରଶ୍ମୀ ଜେନା,କଂର ପରିଚାଳନା ରେ ଅନୁଷ୍ଠିତ ହୋଇଥିଲା।
ଅତିଥି ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର,ଗୀତି କବି ହରିଶ ପ୍ରଧାନ,ପୂର୍ବତନ ଅଧ୍ୟକ୍ଷ ଉମର ମଲ୍ଲିକ,ଶ୍ରୀ ପ୍ରିୟଦର୍ଶୀ ଚଂଦନ, କବି ହୃଷିକେଶ ଦାସ, ଅଧ୍ୟାପକ ଗଣେଶ ମିଶ୍ର, ସୈ।ଦାମିନୀ ସ୍ବାଇଁ , ମା ଫାଉଣ୍ଡେସନ ସଭାପତି ବସନ୍ତ କୁମାର ମିଶ୍ର, ଯୁଗ୍ମ ସଂପାଦକ ବିଜୟାନନ୍ଦ ମହାପାତ୍ର ସମେତ ବହୁ ଛାତ୍ର ଛାତ୍ରୀ ଯୋଗଦାନ କରି ପୃଥିବୀ କୁ ବଂଚାଇବା ପାଇଁ ଆମେ ସମସ୍ତେ ଦାୟିତ୍ଵ ବାନ ହେବା ଉଚିତ ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ ।
ନୟାଗଡ଼:ଶ୍ରୀ ମହାବୀର ମନ୍ଦିର ଲୋକାର୍ପିତଞ୍ଚ
ନୟାଗଡ଼,୧୦/୦୬: ଶନିବାର ଓଡ଼ଗାଁସ୍ଥିତ ରାମସାଗର ପାର୍କ ନିକଟ ବିଶ୍ୱକର୍ମା ମାର୍କେଟ ଛକରେ ପ୍ରଭୁ ସଙ୍କଟମୋଚନ ଶ୍ରୀ ମହାବୀରଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳିତ ହୋଇଯାଇଛି।
ଏହି ଉତ୍ସବକୁ ଦେଖିବା ପାଇଁ ଓଡ଼ଗାଁ ସମେତ ବହୁ ଦୂରଦୂରାନ୍ତରରୁ ଶତାଧିକ ଶ୍ରଦ୍ଧାଳୁ ମାନଙ୍କ ସମାଗମ ଦେଖିବାକୁ ମିଳିଥିଲା।
ପ୍ରାତଃ ସମୟରୁ ମନ୍ଦିର ପ୍ରବେଶ ଦ୍ୱାରରେ ପବିତ୍ର ପୂର୍ଣ୍ଣ କଳସୀ ସ୍ଥାପନ ପୂର୍ବକ ପ୍ରବୀଣ ପଣ୍ଡିତ ତଥା ପୁରୋହିତ ମାନଙ୍କ ଦ୍ୱାରା ବେଦମନ୍ତ୍ରପାଠ କରାଯାଇ ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା।
ଏକ ଅପୂର୍ବ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମନ୍ଦିର ସନ୍ନିକଟ ଭଜନ ମଣ୍ଡପରେ ରାମଧୁନ୍,ହନୁମାନ ଚାଳିଶା,ହନୁମାନ ଅଷ୍ଟକ ଆଦି ପାଠ କରି ଭକ୍ତମାନେ ଅପାର ଆତ୍ମସନ୍ତୋଷ ଲାଭ କରିଥିଲେ।
ଏ ଅବସରରେ ମନ୍ଦିର କମିଟି ତରଫରୁ ଭକ୍ତମାନଙ୍କ ପାଇଁ ଅନ୍ନକୁଟର ବ୍ୟବସ୍ଥା କରାଯାଇଥିବା ବେଳେ ସନ୍ଧ୍ୟାରେ ପ୍ରାର୍ଥନା ଚାନେଲର ସୁନାମଧନ୍ୟ ପ୍ରବଚକ ପାର୍ଥସାରଥୀ ମହାନ୍ତି ଓ ସିଦ୍ଧାର୍ଥ ଭକ୍ତି ଚାନେଲର ଲୋକପ୍ରିୟ କଳାକାର ମାନସ ଦାଶ ଏବଂ ସାଥୀଙ୍କୁ ନେଇ ଏକ ପ୍ରବଚନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ଏହି ଭବ୍ୟ ମନ୍ଦିରଟି ସମ୍ ହସପିଟାଲ ଭୁବନେଶ୍ୱରରେ କାର୍ଯ୍ୟରତ ଓଡ଼ଗାଁ ମାଟିର ପୁଅ ଡଃ ଯୁଗଳ କିଶୋର ମହାପାତ୍ରଙ୍କ ଦ୍ଵାରା ନିର୍ମାଣ କରାଯାଇଥିବା ଜଣାପଡିଛି।
ନୟାଗଡ଼: ପଞ୍ଚଦିବସୀୟ ହନୁମାନ ଚାଳିଶା ପାଠ କାର୍ଯ୍ୟକ୍ରମ ଉଦଯାପିତ
ନୟାଗଡ଼, ୧୧/୬: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ମା’ ଗୟଳସିଂହ ପୀଠ ପରିସରରେ ପାଞ୍ଚ ଦିନ ଧରି ଅନୁଷ୍ଠିତ ହେଉଥିବା ଶ୍ରୀ ହନୁମାନ ଚାଳିଶା ପାଠ ତଥା କାମ ସୁନ୍ଦରାକାଣ୍ଡ ଓ ପ୍ରବଚନ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି।ମା’ଗୟଳସିଂହ ପୂଜା କମିଟି, ଦଲକ ତରଫରୁ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଗତ ୬ ତାରିଖରୁ ଆରମ୍ଭ କରାଯାଇଥିଲା।
ଏହି ଅବସରରେ ଶତାଧିକ ଶ୍ରଦ୍ଧାଳୁ ମାଆଙ୍କ ପୀଠରେ ସମାଗମ ହୋଇ ଧାଡ଼ି ଦର୍ଶନ କରିବା ସହ ପ୍ରତ୍ୟେକ ଦିନ ସକାଳ ୭ ଘଟିକାଠାରୁ ଅପରାହ୍ନ ୧ ଘଟିକା ପ ର୍ଯ୍ୟନ୍ତ ପୂଜାପାଠ ଏବଂ ସନ୍ଧ୍ୟା ୭ ଘଟିକାଠାରୁ ରାତ୍ର ୧୧ ଘଟିକା ପର୍ଯ୍ୟନ୍ତ ଭଜନ କୀର୍ତ୍ତନ ସହ ବ୍ୟାସ ସନ୍ଥ ଶ୍ରୀ ପୁରୁଷୋତ୍ତମ ମହାରାଜଙ୍କ ପ୍ରବଚନ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ।ପଣ୍ଡିତ ଫକୀର ମୋହନ ମିଶ୍ରଙ୍କ ତତ୍ତ୍ୱାବଧାନରେ କମିଟିର ସମସ୍ତ ସଭ୍ୟସଭ୍ୟାଙ୍କ ସହଯୋଗ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Related Posts

Seo wordpress plugin by www.seowizard.org.