Odisha News

ନୟାଗଡ: ସମର୍ପଣ( ବୃଦ୍ଧାଶ୍ରମ)ରେ ସମ୍ପର୍କ ସମାବେଶ

ବିଶ୍ୱ ଭୂଷଣ ମହାପାତ୍ର/ମମତା ମାପହାତ୍ରଙ୍କ ରିପୋର୍ଟ
ନୟାଗଡ,୨/୨: ନୟାଗଡ଼ ସହର ଉପକଣ୍ଠ ଲେଖନପୁର ଠାରେ ସ୍ଥାପିତ ବୃଦ୍ଧାଶ୍ରମ(ସମର୍ପଣ) ହେଉଛି ଅସହାୟ ମାନଙ୍କର ସହାୟ। ଗରିବ, ଦୁଃସ୍ଥ,ନିଷ୍ପେଷିତ ଓ ଅବହେଳିତ ବୃଦ୍ଧବୃଦ୍ଧା ମାନଙ୍କ ପାଇଁ ଏକ ସୁନ୍ଦର ଆଶ୍ରୟସ୍ଥଳ। ବଦାନ୍ୟ ବ୍ୟକ୍ତି ମାନଙ୍କର ସାହାଯ୍ୟ ସହଯୋଗରେ ପରିଚାଳିତ ହେଉଥିବା ବୃଦ୍ଧାଶ୍ରମ ରେ ଏକ ସମ୍ପର୍କ ସମାବେଶ ଜିଲ୍ଲାପାଳ ତଥା “ସମର୍ପଣ ” ପରିଚାଳନା କମିଟିର ସଭାପତି ରବୀନ୍ଦ୍ରନାଥ ସାହୁଙ୍କ ସଭାପତିତ୍ୱରେ ମହାସମାରୋହରେ ଅନୁଷ୍ଠିତ ହୋଇ ଯାଇଛି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ନୟାଗଡ଼ ବିଧାୟକ ଡକ୍ଟର ଅରୁଣ କୁମାର ସାହୁ ଯୋଗଦେଇଥିଲା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ପୌରପରିଷଦ ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଆଦିପତି କଅଁର, ନୟାଗଡ଼ ବ୍ଳକ ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ ଯୋଗଦେଇ ଥିଲେ।
ସର୍ବପ୍ରଥମେ ସମର୍ପଣ ପରିଚାଳନା କମିଟିର ସଂପାଦକ ଦାମୋଦର ସାହୁ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ। କାର୍ଯ୍ୟକାରୀ ସଭାପତି ଅରୁଣ କୁମାର ମହାନ୍ତି ସମାବେଶର ଉଦ୍ଦେଶ୍ୟ ଜ୍ଞାପନ କରିବା ସହିତ ଏହି ସମର୍ପଣ ଗୃହର ପରିକଳ୍ପନା କରିଥିବା ତଥା ମାର୍ଗଦର୍ଶନ କରୁଥିବା ମାନ୍ୟବର ବିଧାୟକ ଡକ୍ଟର ଅରୁଣ କୁମାର ସାହୁଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
“ସମର୍ପଣ”ର କୋଷାଧ୍ୟକ୍ଷ ଶ୍ରୀଧର ସାହୁ ଆୟବ୍ୟୟ ବିବରଣୀ ପାଠ କରିବା ସହିତ ଉପର ମହଲାରେ ପ୍ରସ୍ତୁତ ହେଉଥିବା ୪୦ଟି ବେଡ୍ ର ଖର୍ଚ୍ଚ ବିଷୟରେ ଏକ ବଜେଟ ଉପସ୍ଥାପନ କରିବା ସହିତ ସମସ୍ତଙ୍କ ସହଯୋଗ କାମନା କରିଥିଲେ।
ମୁଖ୍ୟ ଅତିଥି ଶ୍ରୀଯୁକ୍ତ ସାହୁ ସମର୍ପଣ ଗୃହର ପରିଚଳନା ତଥା କଳେବର ବୃଦ୍ଧିରେ ସହଯୋଗ କରିଥିବା ବଦାନ୍ୟ ବ୍ୟକ୍ତି ବିଶେଷଙ୍କୁ ଅଶେଷ ଧନ୍ୟବାଦ ପ୍ରଦାନ କରିବା ସହିତ ପ୍ରତିଦିନ ରୋଷେଇ ପାଇଁ ପରିବା ଯୋଗାଉଥିବା ପରିବା ବ୍ୟବସାୟୀ ସଂଘ ଓ ପ୍ରତ୍ୟେକ ଦିନ ଅନ୍ତେବାସୀ ମାନଙ୍କୁ ଆକ୍ୟୁପ୍ରେସର ସେବା ଯୋଗାଉଥିବା ଭାସ୍କର ଚନ୍ଦ୍ର ସାହୁଙ୍କୁ କ୍ରୁତଜ୍ଞତା ଜ୍ଞାପନ କରିଥିଲେ।
ଏହି ଆଶ୍ରମ ପରିସରରେ ପ୍ଳେ ସ୍କୁଲ,ପରିବା ବଗିଚା ଆଦି ବିଭିନ୍ନ ପ୍ରକଳ୍ପ ନିର୍ମାଣ କରି ଓଡ଼ିଶାରେ ଏହାକୁ ସର୍ବଶ୍ରେଷ୍ଠ ଜରାଶ୍ରମ ଭାବେ ଗଢ଼ି ତୋଳିବା ପାଇଁ ସମସ୍ତଙ୍କ ଦାନ ଓ ସହଯୋଗ ରହୁ ବୋଲି ଅନୁରୋଧ କରିଥିଲେ।

ସମର୍ପଣର ଅଭିବୃଦ୍ଧି ନିମିତ୍ତ ଉପସ୍ଥିତ ବଦାନ୍ୟବ୍ୟକ୍ତି ମାନେ ଅନେକ ପ୍ରସ୍ତାବ ଦେଇଥିଲା ବେଳେ ପରିଚାଳନା କମିଟିର ସଦସ୍ୟ ସତ୍ୟ ନାରାୟଣ ମହାପାତ୍ର, ଧୀରେନ୍ଦ୍ର କୁମାର ପଟ୍ଟନାୟକ, ମ୍ୟାନେଜର ସୀତାରାମ ପ୍ରଧାନ ସମେତ ସମସ୍ତ ସଦସ୍ୟ ମାନେ କାର‌୍ୟ୍ୟକ୍ରମରେ ସହଯୋଗ କରିଥିଲେ। ଏହି କାର‌୍ୟ୍ୟକ୍ରମରେ ରୋଟାରୀ କ୍ଲବ ର ସଦସ୍ୟ ମାନଙ୍କ ସହିତ ବହୁ ଶିକ୍ଷାବିତ୍,ସମାଜସେବୀ,ବ୍ୟବସାୟୀ ଓ ସମାଜସେବୀ ଉପସ୍ଥିତ ଥିଲେ।
ନୟାଗଡ : ବାଳିକା ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ
ନୟାଗଡ,୨/୨: ନୟାଗଡ, ଇଟାମାଟି ଶିକ୍ଷା ଓ ବୈଷୟୀକ ମହାବିଦ୍ୟାଳୟ ରେ ୮ଦିନ ବ୍ୟାପୀ ଚିଲିଥିବା ବାଳିକା ଆତ୍ମରକ୍ଷା ଶିବିର ଉଦଯାପିତ ହୋଇଯାଇଛି। ଏହି କାର‌୍ୟ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଶୋକ କୁମାର ନାୟକ ପୌରହିତ୍ୟ କରି ଆତ୍ମରକ୍ଷା ପ୍ରଶିକ୍ଷଣ ର ଗୁରୁତ୍ଵ ବୁଝାଇବା ସହ ନାରୀ ଆଜି ଅବଳା ନ ହୋଇ ସବଳା ହୋଇଛି ବୋଲି ମତବ୍ୟକ୍ତ କରିଥିଲେ । ସେ ନାରୀ ସଶକ୍ତିକରଣ ଓ ନରିଜଗରଣ ଉପରେ ନିଜର ବକ୍ତବ୍ୟ ରଖିବା ସହ ମାନସିକ ଦୃଢ଼ତା , ପ୍ରତିକ୍ରିୟାଶିଳତା ଓ ଲଢ଼ୁଆ ମନୋବୃତ୍ତି ଓ ଆଭିମୁଖ୍ୟ ଦ୍ୱାରା ଯେ କୌଣସି ବିପଦ କୁ ମୁକାବିଲା କରିବାକୁ ନାରୀମାନେ ସମର୍ଥ ହୋଇପାରିବେ ବୋଲି ଶ୍ରୀଯୁକ୍ତ ନାୟକ ଦୃଢ ଆହ୍ୱାନ ଦେଇଥିଲେ । କାର‌୍ୟ୍ୟକ୍ରମ ର ସଂଯୋଜକା ସୁପ୍ରିୟା ମହାପାତ୍ର ତଥା ଅନ୍ୟାନ୍ୟ ଅଧ୍ୟାପକ ଶ୍ରୀ ଅଭୟ କୁମାର ଲେଙ୍କା, ଶ୍ରୀ ପ୍ରଶାନ୍ତ କୁମାର ରଥ, ଅଧ୍ୟାପିକା ସଲିଳା ସାମଲ ,ଶ୍ରୀ ରମାକାନ୍ତ ତ୍ରିପାଠୀ କାର‌୍ୟକ୍ରମ ରେ ଯୋଗ ଦାନ କରି ଛାତ୍ରଛାତ୍ରୀ ମାନେ ଆତ୍ମ ସୁରକ୍ଷା ତାଲିମ ଦ୍ଵାରା ସାଂପ୍ରତିକ ପରିସ୍ଥିତି ରେ ହେଉଥିବା ଶାରୀରିକ ଓ ମାନସିକ ହିଂସା ଓ ଅତ୍ୟାଚାର ରୁ ନିଜକୁ ସୁରକ୍ଷା ଦେଇ ପାରିବେ ବୋଲି ମତ ବ୍ୟକ୍ତି କରିଥିଲେ। ଇଟାମାଟି ଶିକ୍ଷାବୈଷୟୀକ ମହାବିଦ୍ୟାଳୟ ନୟାଗଡ ର ନୋଡାଲ କଲେଜ ଭାବରେ ୨୯ଟି ମହାବିଦ୍ୟାଳୟ ରେ ଆତ୍ମରକ୍ଷା ପ୍ରଶିକ୍ଷଣ ପରିଚାଳନା କରିବାସହ ସଫଳତାର ସହ ସମାପନ କରିଥିବାରୁ ସାଧୁବାଦ ଦେଇଥିଲେ ସୋନାଲି ସାଥୁଆ,ଯୋତ୍ରିମୟୀ ଜେନା ଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ଶେଷ ରେ ଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ବଣ୍ଟନ କରାଯାଇ ଥିଲା ।
ନୟାଗଡ : ଆଶା କର୍ମୀ ଠାରୁ ୨ ଶିଶୁ ପୁତ୍ର କୁ ଉଦ୍ଧାର କରିଛି ନୟାଗଡ ଚାଇଲଡ ଲାଇନ
ନୟାଗଡ,୨/୨: ଆଶା କର୍ମୀ ଠାରୁ ୨ ଶିଶୁ ପୁତ୍ର କୁ ଉଦ୍ଧାର କରିଛି ନୟାଗଡ ଚାଇଲଡ ଲାଇନ । ନୟାଗଡ ଜ଼ିଲ୍ଲା ଓଡଗାଁ ଥାନା ପାଣ୍ଡେରୀପଡା ଗାଁ ର ଆଶା କର୍ମୀ ସସ୍ମିତା ପଣ୍ଡା । କୌଣସି ସୂତ୍ର ରୁ ନୟାଗଡ ଚାଇଲଡ ଲାଇନ ଖବର ପାଇଥିଲା ୨ ଶିଶୁ ପୁତ୍ର ତାଙ୍କ ପାଖରେ ଅଛି । ଆଜି ଓଡଗାଁ ପୋଲିସ ଓ ଚାଇଲଡ ଲାଇନ ତାଙ୍କ ଘରେ ଚଢ଼ାଉ କରିଥିଲେ ।
୨ ଶିଶୁ ପୁତ୍ର ଙ୍କ ପ୍ରମାଣ ପତ୍ର ମାଗିଥିଲେ । ସଠିକ ପ୍ରମାଣ ପତ୍ର ନଦେବାରୁ ୨ ଶିଶୁ ଙ୍କୁ ନୟାଗଡ ଶିଶୁ ମଙ୍ଗଳ ଅଧିକାରୀ ଙ୍କ ନିକଟରେ ହଜାର କରିଥିଲେ । ସେଠାରୁ ଚାଇଲଡ ଲାଇନ ରେ ରଖାଯାଇଛି । ଏସମ୍ପର୍କ ରେ ଆଶା କର୍ମୀ ଙ୍କୁ ପଚାରିବାରୁ ସେ କହିଥିଲା ଏକ ମାମଲାରେ ଓଡଗାଁ ଥାନା iic ଙ୍କ ସହଯୋଗୀ ତାଙ୍କୁ ୫୦ ହଜାର ଟଙ୍କା ମାଗିଥିଲେ ।
ସକାଳୁ ଥାନାରେ ବସାଇ ସନ୍ଧ୍ୟା ରେ ଛାଡ଼ନ୍ତି । ଏଭଳି ୪ ଦିନ ବସାଇ ଥିଲେ । ଟଙ୍କା ନଦେବାରୁ ତାଙ୍କୁ ବିପଦରେ ପକାଇ ଛନ୍ତି ସସମ । ଏନେଇ ସସମ ଙ୍କୁ ପଚାରିବାରୁ ସେ କହିଥିଲେ ଏହା ଭିତ୍ତିହୀନ ।

Related Posts

Seo wordpress plugin by www.seowizard.org.