ନାଳ ନିକଟରେ ଏକ ବ୍ୟାଗ୍ ଭିତରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର

କେନ୍ଦୁଝର,୧୬/୧୦: ଏକ ନାଳ କୂଳରୁ ବ୍ୟାଗ୍ ଭିତରୁ ଏକ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି। କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଗୋପିନାଥପୁର ଗାଁରେ ଘଟିଛି ଏହି ଘଟଣା।
ଶିଶୁଟି କାନ୍ଦିବାରୁ ଗାଁ ଲୋକେ ତାକୁ ଠାବ କରିଥିଲେ। ଏହା ପରେ ସେମାନେ ଚାଇଲଡ୍ ଲାଇନ୍କୁ ଜଣାଇଥିଲେ। ଆଶା ଦିଦି, ଅଙ୍ଗନବାଡି କର୍ମୀ ଓ ଚାଇଲଡ୍ ଲାଇନ୍ ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ଚି ଶିଶୁଟିକୁ ଉଦ୍ଧାର କରିଥିଲେ। ସେମାନେ ଶିଶୁଟିକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ଶିଶୁପୁତ୍ରଟିକୁ ଏବେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ବିଭାଗର ଏସ୍ଏନ୍ସିୟୁରେ ଭର୍ତ୍ତି କରାଯାଇଛି।
ଶିଶୁପୁତ୍ରଟି ଗୋଟିଏ ଦିନର ହୋଇଥିବା ବେଳେ ତା’ ଅବସ୍ଥା ଗୁରୁତର ରହିଛି। ଘଟଣା ସଂପର୍କରେ ମେଡିକାଲ ଫାଣ୍ଡିକୁ ଜଣାଇଛି ଚାଇଲଡ୍ ଲାଇନ୍।