Odisha News

ଗଜପତି: ପାରଳାଖେମୁଣ୍ଡି ଠାରେ ଓକିଲ ସଂଘ ପକ୍ଷରୁ ଆଇନଜୀବୀ ଦିବସ ପାଳିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୯/୪: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଓ ଦୌରା ଜଜ ଙ୍କ ଅଦାଲତ ପରିସରରେ ଓକିଲ ସଂଘ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ଜୟନ୍ତୀ ଓ ଆଇନଜୀବି ଦିବସ ପାଳିତ ହୋଇଯାଇଛି ।
ଓକିଲ ସଂଘ ର ସଭାପତି ଶ୍ରୀ ସିଦ୍ଧେଶ୍ଵର ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ କୋର୍ଟ ର ବିଚାରପତି ମାନେ ମଞ୍ଚାସିନ ଅତିଥି ଭାବେ ଯୋଗଦେଇ ମଧୁବାବୁ ଙ୍କ କର୍ମମୟ ଜୀବନୀ ଆଲୋଚନା କରି ନିଜ ମତବ୍ୟକ୍ତ କରିଥିଲେ। ।
ସେହିପରି ମୁଖ୍ୟବକ୍ତା ଭାବେ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ ଅଜୟ କୁମାର ତ୍ରିପାଠୀ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରି ମଧୁବାବୁ ଙ୍କ ଓଡ଼ିଶା ପାଇଁ ତ୍ୟାଗ ଓ ସଂଘର୍ଷ ଗାଥା କହିବା ସହ ଆଧୁନିକ ନ୍ୟାୟିକ ବ୍ୟବସ୍ଥା ରେ ନୂତନ ଚିନ୍ତାଧାରା ନେଇ ମହକିଲ ଙ୍କୁ କିପରି ତ୍ୱରିତ ନ୍ୟାୟ ପ୍ରଦାନ କରା ଯାଇପାରିବ ସେ ବିଷୟ ଆଲୋଚନା ହୋଇଥିଲା ।
ଓକିଲ ସଂଘ ସଂପାଦକ ଶ୍ରୀ ଏମ: ପୃଥିବୀ ରାଜ ନିଜର ଅଭିଭାଷଣ ପ୍ରଦାନ କରିଥିବା ବେଳେ ଉପ ସଭାପତି ଶ୍ରୀ ବାବୁ ରାଓ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ରେ ସମସ୍ତ ଓକିଲ ସଂଘ ର ସଦସ୍ୟ ମାନେ ଯୋଗ ଦେବା ସହ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ।

Related Posts

Seo wordpress plugin by www.seowizard.org.