Odisha News

ଗଜପତି: ଉତ୍କଳ ସମ୍ମିଳନୀ ଗଜପତି ଶାଖାର ନୂତନ କର୍ମକର୍ତ୍ତା ନିର୍ବାଚନ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୬/୧୨: ପାରଳଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହ ଠାରେ ଉତ୍କଳ ସମ୍ମିଳନୀ ନୂତନ କର୍ମକର୍ତ୍ତା ନିର୍ବାଚନ ସମ୍ମିଳନୀର ଉପସ୍ଥିତ ସଭ୍ୟା ମାନଙ୍କ ଦ୍ଵାରା ସର୍ବସମ୍ମତି କ୍ରମେ ଅନୁଷ୍ଠିତ ହୋଇଯାଇଛି ।
ଗଜପତି ଜିଲ୍ଲା ଶାଖାର ସର୍ବ ସମ୍ମତି କ୍ରମେ ନିର୍ବାଚିତ ହୋଇଥିବା ସଭ୍ୟ-ସଭ୍ୟା ମାନେ ହେଲେ ଯଥା:-
ଉପଦେଷ୍ଟା ମଣ୍ଡଳୀରେ ମୁଖ୍ୟ ଉପଦେଷ୍ଟା ଭାବେ ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ମନୋନୀତ ହୋଇଥିବା ବେଳେ ଉପଦେଷ୍ଟା ଭାବେ ଆଚାର୍ଯ୍ୟ ଶ୍ରୀ ବିନୋଦ ଚନ୍ଦ୍ର ଜେନା , ଶ୍ରୀ ଅନାଦି ପାଣିଗ୍ରାହୀ , ଶ୍ରୀ ଦୁର୍ଗା ମାଧବ ପଣ୍ଡା , ଶ୍ରୀ ହିରାଚାନ୍ଦ ପଟ୍ଟନାୟକ(ଆଇନ୍ ପରାମର୍ଶ) ପ୍ରମୁଖ ରହିଛନ୍ତି
ସେହିଭଳି ସଭାପତି ଭାବେ ଶ୍ରୀ ଭାରତ ଭୂଷଣ ମହାନ୍ତି , ଉପ ସଭାପତି:- ଶ୍ରୀମତୀ ଆଶାଲତା ପାଣିଗ୍ରାହୀ , ଶ୍ରୀ ବିଧାନ ଚନ୍ଦ୍ର ଚୌଧୁରୀ , ସମ୍ପାଦକ:- ଶ୍ରୀ ଲିଙ୍ଗରାଜ ପ୍ରସାଦ ଦାସ , ସହ ସମ୍ପାଦକ:- ଶ୍ରୀ ବିଚିତ୍ରା ନନ୍ଦ ବେବର୍ତ୍ତା , ଶ୍ରୀ ଗୌରହରି ପଟନାୟକ , କୋଷାଧ୍ୟକ୍ଷ:- ଶ୍ରୀ ପ୍ରମୋଦ ଚନ୍ଦ୍ର ପାଢ଼ୀ ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ ୨୦ ଜଣ କର୍ମକର୍ତ୍ତାଙ୍କୁ କାର୍ଯ୍ୟକାରୀ ସଦସ୍ୟ ଭାବେ ମନୋନୀତ କରାଯାଇଛି ।
ସଭା କାର୍ଯ୍ୟକ୍ରମ ଶେଷରେ ଶ୍ରୀ ଗୌର ହରି ପଟନାୟକ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Related Posts

Seo wordpress plugin by www.seowizard.org.