Odisha News

ଗଜପତି:ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଦ୍ୱାରା ଜିଲ୍ଲା କୋର୍ଟ ପରିସରରେ ଇ-ପଞ୍ଜିକରଣ କେନ୍ଦ୍ର ଉଦଘାଟିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୧/୩ : ଓଡିଶା ରାଜ୍ୟ ହାଇକୋର୍ଟର ମାନ୍ୟବର ମୁଖ୍ୟ ବିଚାରପତି ଡ: ଜଷ୍ଟିସ ଏସ: ମୁରଲୀଧର ସୋମବାର ପାରଳାଖେମୁଣ୍ଡି ଗ୍ରସ୍ତରେ ଆସି ଜିଲ୍ଲା ଦୌରା ଜଜଙ୍କ କୋର୍ଟ ପରିସରରେ ଇ-ଫାଇଲିଙ୍ଗ ଷ୍ଟେସନ ତଥା ଇ-ପଞ୍ଜିକରଣ କେନ୍ଦ୍ରର ଶୁଭ ଉଦଘାଟନ କରିଛନ୍ତି ।
ପ୍ରଥମେ ମାନ୍ୟବର ମୁଖ୍ୟ ବିଚାରପତି ଡ: ମୁରଲୀଧର ବାର କକ୍ଷ ଠାରେ ଓକିଲ ମାନଙ୍କ ସହ ଏକ ଖୋଲା ଆଲୋଚନା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ବାର ସଙ୍ଘ ସଭାପତି ଶ୍ରୀ ରାମନାଥ ମିଶ୍ର ଏବଂ ସଂଘ ସମ୍ପାଦକ ଶ୍ରୀ ଏମ: ପୃଥ୍ଵୀରାଜ ଜିଲ୍ଲା କୋର୍ଟ ଏବଂ ଓକିଲ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରାଇ ବିଭିନ୍ନ ଦାବୀ ରଖି ସେ ସବୁର ତ୍ୱରିତ ସମାଧାନ ପାଇଁ ନିବେଦନ କରିଥିଲେ ।
ଜିଲ୍ଲା କୋର୍ଟ ଓ ଓକିଲ ମାନଙ୍କ ସମସ୍ତ ସମସ୍ୟା ଓ ଦାବୀ ଗୁଡିକ ଅବଗତ ହୋଇ ଏ ସମ୍ପର୍କରେ ଉପସ୍ଥିତ ମାନ୍ୟବର ମୁଖ୍ୟ ବିଚାରପତି ଡ: ଜଷ୍ଟିସ ମୁରଲୀଧର ଏବଂ ବିଚାରପତି ଡ: ଜଷ୍ଟିସ ବି ଆର ଷଡ଼ଙ୍ଗୀ ଖୁବ ଶୀଘ୍ର ପର୍ଯ୍ୟାୟ କ୍ରମେ ସମସ୍ୟାର ସମାଧାନ କରାଯିବା ସହ ଦାବୀ ଗୁଡିକ ପୂରଣ କରାଯିବ ବୋଲି କହିଥିଲେ ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଦୌରା ଜଜ ଶ୍ରୀ ସତ୍ୟପୀର ମିଶ୍ର ମଞ୍ଚଆସୀନ ଥିଲା ବେଳେ ସମସ୍ତ ଓକିଲ ଗଣ ଉପସ୍ଥିତ ଥିଲେ ।
ସେହିଭଳି ଜିଲ୍ଲା କୋର୍ଟର ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ଇ- ଫାଇଲିଙ୍ଗ ଷ୍ଟେସନ ତଥା ଇ-ପଞ୍ଜିକରଣ କେନ୍ଦ୍ର ଉଦଘାଟନ କାର୍ଯ୍ୟକ୍ରମରେ ଜିଲ୍ଲା ଦୌରା ଜଜ ଶ୍ରୀ ସତ୍ୟପୀର ମିଶ୍ରଙ୍କ ସଭାପତିତ୍ୱରେ ଏବଂ ଏସଡ଼ିଜେଏମ ଶ୍ରୀମତୀ ବର୍ଷା ଶର୍ମାଙ୍କ ସଂଯୋଜନାରେ ହାଇକୋର୍ଟ ମାନ୍ୟବର ମୁଖ୍ୟ ବିଚାରପତି ଡ: ଜଷ୍ଟିସ ଏସ ମୁରଲୀଧର ଯୋଗଦେଇ ଭରଚୁଆଲ ମୋଡରେ ଇ-ପଞ୍ଜିକରଣ କେନ୍ଦ୍ରର ଉଦଘାଟନ କରିଥିଲେ ।
ପରେ ଏହି ଅବସରରେ ଓକିଲ ମାନଙ୍କ ନିମନ୍ତେ ଇ-ପଞ୍ଜିକରଣ ସମ୍ପର୍କିତ ଚାଲିଥିବା ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମ୍ପର୍କରେ ଅନଲାଇନ ମକଦ୍ଦମା ରେକର୍ଡ ପଞ୍ଜିକରଣ ଓ ଅଫଲାଇନ ମକଦ୍ଦମା ରେକର୍ଡ ପଞ୍ଜିକରଣର ଉପରେ କହି ଅନଲାଇନ ପଞ୍ଜିକରଣ ଉପକାରୀତାର ବିଭିନ୍ନ ଦିଗ ସମ୍ପର୍କରେ କହି ଏଥିରେ ନ୍ୟାୟଳୟକୁ ଣ ଯାଇ କିଭଳି ଘରେ ରହି ପଞ୍ଜିକରଣ କରିହେବ ସେ ସମ୍ପର୍କରେ କହିଥିଲେ. ।
ଏହା କିଭଳି ସ୍ୱଚ୍ଛ ଓ ତ୍ୱରିତ ସମାଧାନ କ୍ଷେତ୍ରରେ ସାହାୟକ ହୋଇପାରିବ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ହାଇକୋର୍ଟର ଅନ୍ୟତମ ବରିଷ୍ଠ ବିଚାରପତି ଡ:ଜଷ୍ଟିସ ବି ଆର ଷଡ଼ଙ୍ଗୀ , ବାର ସଙ୍ଘ ସଭାପତି ଶ୍ରୀ ରାମନାଥ ମିଶ୍ର ଏବଂ ସମ୍ପାଦକ ଶ୍ରୀ ଏମ ପୃଥ୍ଵୀବିରାଜ ପ୍ରମୁଖ ମଞ୍ଚଆସୀନ ଥିବା ବେଳେ ଇ ପଞ୍ଜିକରଣ ଉପରେ ପ୍ରଶିକ୍ଷଣ ନେଉଥିବା ସମସ୍ତ ଓକିଲ ଏବଂ ସମସ୍ତ ବିଚାରପତି ଗଣ ଉପସ୍ଥିତ ଥିଲେ ।

Related Posts