Odisha News

ଖାତା ଖୋଲି ପାରିନାହିଁ ବିଜେପି : ପୌରାଧ୍ୟକ୍ଷା ହେଲେ ବିଜେଡି ର ନିରୁପମା ଖଟେଇ

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୨୬/୩ : ନୟାଗଡ଼ ପୈାରପରିଷଦ ନିର୍ବାଚନ ବିଜେଡ଼ି ଦାଖଲ କଲା ପୌରପରିଷଦ । ପୂର୍ବରୁ ବିଜେଡିର ୫ ନମ୍ବର ଓ୍ବାର୍ଡ ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିବା ବେଳେ ଅନ୍ୟ ୧୫ ଟି ଓ୍ବାର୍ଡ ଏବଂ ପୈାରାଧ୍ୟକ୍ଷା ପଦବୀ କୁ ପୋଛି ନେଇଛି ବିଜେଡି। ମୁଖ୍ୟ ପ୍ରତିଦ୍ବନ୍ଦ୍ବି କୁହାଯାଉଥିବା ବିଜେପି ଖାତା ମଧ୍ୟ ଖୋଲି ପାରିନାହିଁ।
ବିଜେଡି ପ୍ରାର୍ଥୀ ମାନେ ବିଜେପି ପ୍ରାର୍ଥୀ ମାନଙ୍କ ଠାରୁ ବହୁ ବ୍ୟବଧାନରେ ବିଜୟୀ ହାସଲ କରିଛନ୍ତି। ପୈାରାଧ୍ୟକ୍ଷା ଭାବେ ବିଜେଡି ପ୍ରାର୍ଥୀନୀ ନିରୁପମା ଖଟେଇ ନିର୍ବାଚିତ ହୋଇଛନ୍ତି । ନିରୁପମା ଖଟେଇ ୮୭୪୦ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀନୀ ତନୁଶ୍ରୀ ସାମଲ ୨୨୭୭ ଖଣ୍ଡ କଂଗ୍ରେସ ପ୍ରାର୍ଥୀନୀ ସାଗରୀକା ନାୟକ ୧୯୭ ଖଣ୍ଡ ଏବଂ ସ୍ବାଧୀନ ପ୍ରାର୍ଥୀନୀ ଶସ୍ମିତା ଷଡ଼ଙ୍ଗୀ ୫୫ ଟି ଭୋଟ ଏବଂ ନୋଟା ରେ ୮୦ ଗୋଟି ଭୋଟ ମିଳିଛି।
ସେହିପରି ଓ୍ବାର୍ଡ ନମ୍ବର ୧ ରେ ବିଜେପି ୧୬୦ ବିଜେଡି ୭୪୮ ଭୋଟ ଏବଂ ନୋଟା ରେ ୧୦ ଖଣ୍ଡ ଭୋଟ, ୨ ନମ୍ବର ବିଜେଡି ୩୮୬ କଂଗ୍ରେସ ୧୪ ବିଜେପି ୧୪୧ ଏବଂ ନୋଟା ରେ୩ ଖଣ୍ଡ ଭୋଟ, ୩ ନମ୍ବର ବିଜେଡି ୬୪୧ କଂଗ୍ରେସ ୧୦ ବିଜେପି ୨୧୦ ଏବଂ ୫ ନୋଟା ରେ , ଓ୍ବାର୍ଡ ୪ ବିଜେପି ୧୬୪ ବିଜେଡି ୭୩୯ ନୋଟା ୧୨ ଖଣ୍ଡ , ୫ ନମ୍ବର ଓ୍ବାର୍ଡ ବିଜେଡି ଅପ୍ରତିଦ୍ଵନ୍ଦୀ , ୬ ନମ୍ବର ଓ୍ୱାର୍ଡ ବିଜେଡି ୪୭୯ କଂଗ୍ରେସ ୧୧ ବିଜେପି ୪୫ ନୋଟା ରେ ୩ , ଓ୍ବାର୍ଡ ନମ୍ବର ୭ ରେ ବିଜେପି ୧୫୦ କଂଗ୍ରେସ ୨୨ ବିଜେଡି ୬୩୨ ନୋଟା ୪ ଜଣ, ଓ୍ବାର୍ଡ ୮ରେ ବିଜେଡି ୫୦୫ ପାଇଥିବା ବେଳେ ୧୮୪ ବିଜେପି ଏବଂ ୫ ନୋଟା, ଓ୍ବାର୍ଡ ୯ ରେ ବିଜେପି ୬୭ ଖଣ୍ଡ ବିଜେଡି ୪୩୪ ନୋଟା ୬ ଗୋଟି, ଓ୍ବାର୍ଡ ୧୦ ନୋଟା ରେ ୧୧ ହୋଇଥିବା ବେଳେ ୫୫୬ ବିଜେଡି ଏବଂ ୨୧୧ ବିଜେପି, ଓ୍ବାର୍ଡ ୧୧ ରେ ବିଜେଡି ୨୪୩ କଂଗ୍ରେସ ୭ ବିଜେପି ୨୧ ଏବଂ ନୋଟା ୩ ଭୋଟ ଆସିଛି ।
୧୨ ନମ୍ବର ଓ୍ବାର୍ଡ ବିଜେଡି ୩୪୮ କଂଗ୍ରେସ ୫ ବିଜେପି ୧୬୧ ନୋଟା ୫ ଭୋଟ, ଓ୍ବାର୍ଡ ୧୩ ରେ ବିଜେଡି ୧୦୦୯ ଭୋଟ କଂଗ୍ରେସ ୩୮ ବିଜେପି ୧୩୦ ଏବଂ ୧୦ ନୋଟା, ଓ୍ବାର୍ଡ ୧୪ ରେ ବିଜେଡି ୬୨୮ କଂଗ୍ରେସ ୨୨ ବିଜେପି ୧୨୦ ନୋଟା ରେ ୬ ଭୋଟ, ଓ୍ବାର୍ଡ ନମ୍ବର ୧୫ ବିଜେଡି ୮୬୫ ବିଜେପି ୧୩୨ ଏବଂ ନୋଟା ରେ ୭ ଖଣ୍ଡ ଭୋଟ ଯାଇଥିବା ବେଳେ ୧୬ ନମ୍ବର ଓ୍ୱାର୍ଡ ରେ ବିଜେଡି ୩୨୦ ବିଜେପି ୧୧୨ ଏବଂ ୨ ଗୋଟି ଭୋଟ ନୋଟା ରେ ଯାଇଛି।
ସମସ୍ତ ଓ୍ବାର୍ଡ ରେ ବିଜେଡି ର ବିଜୟୀ ପରେ ପ୍ରାର୍ଥୀ ମାନେ ବିଜୟ ଶୋଭାଯାତ୍ରା କରିଛନ୍ତି। କେଉଁଠି ନା କେଉଁଠି ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଙ୍କ ନୟାଗଡ଼ ନିର୍ବାଚନ ମଣ୍ଡଳୀ କୁ ବିରୋଧି ଶୁନ୍ୟ କରିବାର ଲକ୍ଷ୍ୟ ପୁରଣ ହୋଇଥିବା ରାଜନୈତିକ ସମୀକ୍ଷକ ମାନେ ଆଲୋଚନା କରୁଛନ୍ତି।

Related Posts

Seo wordpress plugin by www.seowizard.org.