Odisha News

ଏମ୍ସ ଡାକ୍ତରଙ୍କୁ ଆକ୍ରମଣ, ମୁଣ୍ଡ ଫଟାଇ ସୁନାଚେନ୍ ଲୁଟିଲେ ଦୁର୍ବୃତ୍ତ

ଭୁବନେଶ୍ବର, ୨୪/୨ : ଲୁଟ୍ ଉଦ୍ୟମ ବେଳେ ଜଣେ ଏମସ କର୍ମଚାରୀ ଆକ୍ରମଣର ଶିକାର ହୋଇଥିବା ଜଣାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଏମସ କର୍ମଚାରୀ ପ୍ରବୀଣ ପାଠକ ଶନିବାର ରାତି ୮ଟାରେ ଆଇଟିଇଆର୍ କଲେଜ ପାଖ ଦେଇ ଯାଉଥିବା ବେଳେ ପ୍ରାୟ ୮ ଜଣ ତାଙ୍କଠାରୁ ଲୁଟ ଉଦ୍ୟମ କରିଥିଲେ।
ସେ ପ୍ରତିରୋଧ କରିବାରୁ ନିକଟସ୍ଥ ପଡିଆକୁ ନେଇ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି।
ପ୍ରବୀଣଙ୍କ ମୁଣ୍ଡ ସମେତ ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି। ତେବେ ଏପର‌୍ୟ୍ୟନ୍ତ ଏହି ମାମଲାରେ କେହି ଗିରଫ ହୋଇନାହାନ୍ତି।

Related Posts

Seo wordpress plugin by www.seowizard.org.