Odisha News

ଏପ୍ରିଲ ୨ରୁ ସକାଳୁଆ ସ୍କୁଲ୍, ବଢୁଥିବା ଖରାକୁ ଦେଖି ରାଜ୍ୟ ସରକାରଙ୍କ ପଦକ୍ଷେପ

ଭୁବନେଶ୍ୱର, ୩୦/୩: ରାଜ୍ୟର ବୃଦ୍ଧି ପାଇବାରେ ଲାଗିଛି ଗ୍ରୀଷ୍ମ ପ୍ରବାହ । ଏହାକୁ ଦୃଷ୍ଟିରେ ରଖି ସ୍କୁଲଗୁଡ଼ିକୁ ସକାଳୁଆ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି । ସକାଳ ୬.୩୦ରୁ ୧୦ଟା ପର‌୍ୟ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ସ୍କୁଲ ଯିବା ନେଇ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି । ସେହିପରି ସକାଳ ୭ଟାରୁ ୧୧ଟା ପର‌୍ୟ୍ୟନ୍ତ ନବମ ଏବଂ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ନେଇ ବିଭାଗ କହିଛି ।
ରାଜ୍ୟରେ ତାତି ବଢିବାରେ ଲାଗିଛି। ଆଗକୁ ଖରା ଆହୁରି ଟାଣ ହେବା ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୁର୍ବାନୁମାନ କରାଯାଇଛି । ଆଗାମୀ ୨ ଦିନ ରାଜ୍ୟରେ ୨ରୁ ୩ ଡିଗ୍ରୀ ଯାଏଁ ତାପମାତ୍ରା ବୃଦ୍ଧି ପାଇବାର ସମ୍ବାବନା ରହିଛି । ସେହିଭଳି ୩ରୁ ୪ ଦିନ ଯାଏଁ ଆଭ୍ୟନ୍ତରିଣ ଓଡ଼ିଶାରେ ସ୍ୱାବାବିକ ଠାରୁ ୩ରୁ ୫ ଡିଗ୍ରୀ ଯାଏଁ ଦିନ ତାପମାତ୍ରା ଅଧିକ ରହିବ ।

Related Posts

Seo wordpress plugin by www.seowizard.org.