gajpa

ଆକାଂକ୍ଷା ଜିଲ୍ଲା ଗଜପତିରେ ପ୍ରଥମ କରି ବିଜ୍ଞାନ ଭିତ୍ତିକ ସମାଜ ଚେତନା ଧର୍ମୀ ଲୋକନୃତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୦/୩ : ଆକାଂକ୍ଷା ଜିଲ୍ଲା ଗଜପତିରେ ପ୍ରଥମ କରି ବିଜ୍ଞାନ ଭିତ୍ତିକ ସମାଜ ଚେତନା-ଧର୍ମୀ ଲୋକନୃତ୍ୟ ପ୍ରତିଯୋଗିତା ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଆକାଂକ୍ଷା ଜିଲ୍ଲା ଗଜପତିରେ ଥିବା ବିଭିନ୍ନ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଲୁକ୍କାୟିତ ଥିବା କଳା ପ୍ରତିଭାକୁ ଲୋକଲୋଚନରେ ଆଣିବା ଉଦ୍ଦେଶ୍ୟ ନେଇ ଏଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା କୁହାଯାଇଛି ।
ପାରାଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ମହାରାଜା ଶ୍ରୀ ଗୌରଚନ୍ଦ୍ର ଗଜପତି ସଭାକକ୍ଷ ଠାରେ ଏହି ଜିଲ୍ଲାସ୍ତରୀୟ ଲୋକନୃତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ ରାଜ୍ୟ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ଏସସିଇଆରଟି: ଓଡିଶା ସହାୟତାରେ ଗଜପତି ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ବିଜ୍ଞାନ ବିଭାଗ ପକ୍ଷରୁ ଅନୁଷ୍ଠିତ ହୋଇଥିଲା ।
ଲୋକନୃତ୍ୟ ପ୍ରତିଯୋଗିତାର ଉଦଘାଟନି ସଭା କାର୍ଯ୍ୟକ୍ରମରେ ସ୍ଥାନୀୟ ମଜାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ପ୍ରଶାନ୍ତ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ଡାକ୍ତର ମୁର୍ମୁ ଏବଂ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ସାତ୍ମିକ କୁମାର ପଟନାୟକ ଅତିଥି ଭାବେ ଯୋଗଦେଇ ଆକାଂକ୍ଷା ଜିଲ୍ଲା ଗଜପତିରେ ଏଭଳି ଲୋକନୃତ୍ୟ ପ୍ରତିଯୋଗିତା ପ୍ରଥମ କରି ହେଉଛି ।
ବିଜ୍ଞାନ ଭିତ୍ତିକ ସମାଜ ଚେତନା ଧର୍ମୀ ତଥା ସମାଜକୁ କିଛି ବାର୍ତ୍ତା ଦେଇ ସଚେତନ କରିବା ପାଇଁ ନୃତ୍ୟ-ସଂଗୀତ ମାଧ୍ୟମରେ ଅଙ୍ଗଭଙ୍ଗି ଦେଖାଇ ତାକୁ ପରିବେଷଣ କରିବା ଏବଂ ଛାତ୍ରଛାତ୍ରୀ ମାନଙ୍କ ଅନ୍ତର୍ନିହିତ ପ୍ରତିଭାକୁ ଲୋକ ଲୋଚନକୁ ଆଣି ସେମାନଙ୍କୁ ଉତ୍ସାହିତ କରିବା ହେଉଛି ଏଭଳି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ ।
ଏହି ଲୋକନୃତ୍ୟ ପ୍ରତିଯୋଗିତାରେ ମୁଖ୍ୟତଃ ଝିଅପୁଅ ମିଶି ପାଠ ପଢ଼ୁଥିବା ସ୍କୁଲରେ ଉଭୟେ ସମାନ ମନୋଭାବ ରଖିବା , ଵୟୋଜ୍ୟେଷ୍ଟ ବ୍ୟକ୍ତି ମାନଙ୍କୁ ସମ୍ମାନ, ଯତ୍ନ ଓ ସୁରକ୍ଷା ଦେବା , ନିଶାଦ୍ରବ୍ୟ ସେବନ ଠାରୁ ଦୁରେଇ ରହିବା , ପରିବେଶ ସୁରକ୍ଷା ସହ ଗଛ ଲଗାଇବା ଏବଂ ଯୁବପିଢ଼ି ଓ ଶୈଶବ ବସ୍ଥା ମଧ୍ୟରେ ସୁସ୍ଥ ସମ୍ପର୍କ ରଖିବା ପ୍ରଭୃତି ଉପରେ ଛାତ୍ରଛାତ୍ରୀ ମାନେ ଚିତ୍ତାକର୍ଷକ ଭାବେ ସେମାନଙ୍କ ଲୋକନୃତ୍ୟ ପରିବେଷଣ କରିଥିଲେ ।
ଏହି ଲୋକନୃତ୍ୟ ପ୍ରତିଯୋଗିତା କାଯର୍ଯ୍ୟକ୍ରମରେ ବିଚାରକ ଭାବେ ସଂଗୀତ ନିର୍ଦ୍ଦେଶକ ଗୁରୁ ରଘୁନାଥ ପାତ୍ର , ଡାଏଟର ଅଧ୍ୟକ୍ଷ ଶ୍ରୀ ଡାକ୍ତର ମୁର୍ମୁ ଏବଂ ଜିଲ୍ଲା ବିଜ୍ଞାନ ଏକାଡେମୀର ପୂର୍ବତନ ସଂଯୋଜକ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା ପ୍ରମୁଖ କାର୍ଯ୍ୟ ସମ୍ପାଦନ କରିଥିଲେ ।
ଶେଷରେ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଦଳ ମାନଙ୍କୁ ମଞ୍ଚଆସୀନ ଅତିଥି ମାନେ ନଗଦ ଅର୍ଥରାଶୀ ପୁରସ୍କାର ପ୍ରଦାନ କରିଥିଲେ ।
ଏହି ଜିଲ୍ଲାସ୍ତରୀୟ ଲୋକନୃତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମରେ ଜିଲ୍ଲାର ନଅ ଗୋଟି ଉଚ୍ଚ ବିଦ୍ୟାଳୟର ନଅ ଟି ଦଳରେ ୫୪ ଜଣ ଛାତ୍ରଛାତ୍ରୀଙ୍କ ସମେତ ସେମାନଙ୍କ ଦଳର ଗାଇଡ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଅଂଶଗ୍ରହଣ କରିଥିଲେ ।

Seo wordpress plugin by www.seowizard.org.