ଗଣମାଧ୍ୟମ ନେଇ ନବୀନଙ୍କ ଟ୍ୱିଟ ପରେ ଜବାବୀ ଟ୍ୱିଟ କରି କଡା ସମାଲୋଚନା କଲେ କେନ୍ଦ୍ର...

ଗଣମାଧ୍ୟମ ନେଇ ନବୀନଙ୍କ ଟ୍ୱିଟ ପରେ ଜବାବୀ ଟ୍ୱିଟ କରି କଡା ସମାଲୋଚନା କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

by -
0 11

ଗଣମାଧ୍ୟମ ଉପରେ ଆକ୍ରମଣ ଶାସକ ଦଳ ତାର ରାଜନୈତିକ ସମର୍ଥନ ହରାଇବାର ପ୍ରାରମ୍ଭିକ ସୂଚନା ଦେଇଥାଏ

ଗଣମାଧ୍ୟମ ନାଁରେ ନିବ ର୍ ।ଚନ କମିଶନଙ୍କ ନିକଟରେ ମିଛ ଅଭିଯୋଗ ଆଣି ନିଜ ପରାଜୟକୁ ଲୁଚାଇବା ପାଇଁ ବାହାନା ଖୋଜୁଛନ୍ତି ନବୀନ
ସୁକାନ୍ତ କୁମାର ମହାନ୍ତିଙ୍କ ରିପୋର୍ଟ

ଭୁବନେଶ୍ୱର, ୧୨ ।୨ । (ଓଡିଶା ନ୍ୟୁଜ୍ ଅନଲାଇନ୍)- ଗଣମାଧ୍ୟମ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟ୍ୱିଟ ପରେ ଜବାବୀ ଟ୍ୱିଟ କରି ନବୀନଙ୍କୁ କଡା ସମାଲୋଚନା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଟ୍ୱିଟରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଗଣମାଧ୍ୟମ ଉପରେ ଆକ୍ରମଣ ଶାସକ ଦଳ ତାର ରାଜନୈତିକ ସମର୍ଥନ ହରାଇବାର ପ୍ରାରମ୍ଭିକ ସୂଚନା ଦେଇଥାଏ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାର ଜନ ଭାବନାକୁ ସିଧା ସିଧା ଦେଖି ପାରୁଛନ୍ତି । ବିଜେପୁର ଉପ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଗଣମାଧ୍ୟମ ନାଁରେ ନିର୍ବାଚନ କମିଶନଙ୍କ ନିକଟରେ ମିଛ ଅଭିଯୋଗ ଆଣି ନିଜ ପରାଜୟକୁ ଲୁଚାଇବା ପାଇଁ ବାହାନା ଖୋଜୁଛନ୍ତି ନବୀନ ପଟ୍ଟନାୟକ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ ଜରିଆରେ କହିଛନ୍ତି । ବିଜୁ ବାବୁ ତାଙ୍କର ଲମ୍ବା ରାଜନୈତିକ ଜୀବନରେ ବାରମ୍ବାର ଗଣମାଧ୍ୟମର ବିରୋଧର ସାମନା କରିଥିଲେ ।
୧୯୬୨ ମସିହାର ଗଣମାଧ୍ୟମ ବିଲ ଓଡିଶା ବିଧାନସଭାରେ ପାରିତ ହେବା ସତ୍ୱେ ଏହି ନିୟମରେ ଜଣେ ବି ସାମ୍ବାଦିକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲେ । ନିଜ ବାପାଙ୍କର ଏହି ମହତ ଗୁଣରୁ ନବୀନ ବାବୁ ଶିକ୍ଷା ଗ୍ରହଣ କରି ନାହାନ୍ତି ବୋଲି ଶ୍ରୀ ପ୍ରଧାନ ଏହି ଟ୍ୱିଟରେ କହିଛନ୍ତି ।