କୃଷି ବିପତ୍ତିରୁ ରାଜନୈତିକ ସମ୍ପତ୍ତି ସାଉଁଟିବା ଲାଗି ବିଜେପି-ବିଜେଡି ମଧ୍ୟରେ ଘମାଘୋଟ୍ ଲଢେଇ

କୃଷି ବିପତ୍ତିରୁ ରାଜନୈତିକ ସମ୍ପତ୍ତି ସାଉଁଟିବା ଲାଗି ବିଜେପି-ବିଜେଡି ମଧ୍ୟରେ ଘମାଘୋଟ୍ ଲଢେଇ

by -
0 23

ଦାମଙ୍କ ସମ୍ବାଧାନିକ ଓøଚିତ୍ୟତା ପାଠକୁ ପ୍ରତ୍ୟାଖାନ କଲା ବିଜେପି
ଭୁବନେଶ୍ୱର, ୧୨ ।୧୧ । (ଅକ୍ଷୟ ସାହୁଙ୍କ ରିପୋର୍ଟ): ରାଜ୍ୟରେ ଦେଖାଦେଇଥିବା କୃଷି ବିପତ୍ତିକୁ ନେଇ ରବିବାର ଦିନ ରାଜନୀତି ପୁଣି ଥରେ ଜୋରଧରିଛି । ରାଜ୍ୟ କୃଷିମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ପରୋକ୍ଷ ଚେତାବନୀକୁ ଭୃକ୍ଷେପ ନକରି ରବିବା ଦିନ କେନ୍ଦ୍ର କୃଷି ରାଜ୍ୟମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଓଡିଶାରେ ପହଞ୍ଚି ରାଜ୍ୟ କୃଷି ବିଭାଗର ଅଧିକାରୀମାନଙ୍କ ସହିତ ଧାନ ଫସଲରେ ରୋକପୋକ ଲାଗିବା ଓ ତଦ୍ଜନିତ କ୍ଷୟକ୍ଷତି ସମ୍ପର୍କରେ ସମୀକ୍ଷା କରିବା ସହିତ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିଛନ୍ତି ।
କୃଷିମନ୍ତ୍ରୀଙ୍କ ଆଗମନ ପୂର୍ବରୁ ରାଜ୍ୟ କୃଷିମନ୍ତ୍ରୀ ତଥା ବିଜେଡିର ଧୂରୀଣ ରାଜନେତା ଡାକ୍ତର ରାଉତ ଏକ ସମ୍ବାଧାନିକ ବାଣ ମାରିବାକୁ ଚେଷ୍ଟା କରିଥିଲେ । କହିଥିଲେ, – କୃଷି ଏକ ରାଜ୍ୟ ତାଲିକାଭୁକ୍ତ ବିଷୟ । ଏଥିରେ କେନ୍ଦ୍ର ସରକାର ଅଯଥା ହସ୍ତକ୍ଷେପ କରୁଛନ୍ତି । ବିନା ଅନୁରୋଧରେ କେନ୍ଦ୍ରମନ୍ତ୍ରୀ ବା ସରକାର ଏହି ବ୍ୟାପାରରେ ହସ୍ତ କରିବା ଅନୁଚିତ୍ ।
ଅନେକ ଭାବିଥିଲେ, ଦାମୋଦରଙ୍କ ଏହି ମନ୍ତବ୍ୟ ପରେ କେନ୍ଦ୍ର ସରକାର କିଛି ପରାମର୍ଶ ଦେବା ବ୍ୟତିତ କେନ୍ଦ୍ରିୟ ଟିମ୍ ବା ମନ୍ତ୍ରୀ ପଠାଇବାରୁ ନିବୃତ୍ତ ରହିପାରନ୍ତି । କିନ୍ତୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଶେଖାୱତଙ୍କ ଗସ୍ତ ସେ କଳ୍ପନାଜଳ୍ପନାର ପୂର୍ଣ୍ଣଛେଦ ଟାଣିଛି । ଆଉ ଏହା ସହିତ ଗସ୍ତ ସୂଚାଇ ଦେଇଛି, – ବିଜେପି ଗତ ପଂଚାୟତ ନିର୍ବାଚନ ସମୟରୁ ବିଜେଡି ବିରୋଧରେ ଯେଉଁ ମୋର୍ଚ୍ଚା ଖୋଲିଛି, ସେଥିରୁ ହଟିବାର ନାହିଁ ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ଶେଖାୱତ ନିଜ ବ୍ୟକ୍ତବ୍ୟରେ ଯାହା କହିଛନ୍ତି, ତାହା ମଧ୍ୟ ବିଜେଡି ପାଇଁ ଏକ ଚେତାବନୀ ଠାରୁ କମ୍ ନୁହେଁ । ସେ କହିଛନ୍ତି ଯେ ରାଜ୍ୟର କୃଷି ବଜେଟ୍ରେ କେନ୍ଦ୍ରର ଅବଦାନ ବେଶ୍ ବହୁତ । କେନ୍ଦ୍ର ସରକାର ସମଗ୍ର ଦେଶବାସୀଙ୍କର । ତେଣୁ ଯେଉଁଠି କୃଷି ଓ କୃଷକର କଥା ଆସୁଛି, ସେଠି କେନ୍ଦ୍ର ସରକାରଙ୍କ ଭୂମିକ ରହୁଛି । ଓଡିଶାରେ କୃଷକମାନଙ୍କର ବର୍ତ୍ତମାନ ଯେଉଁ ସମସ୍ୟା ଦେଖାଦେଇଛି, ତାକୁ ନେଇ କେନ୍ଦ୍ର ସରକାର ନୀରବ ରହିପାରିବେ ନାହିଁ ।
ଶ୍ରୀ ଶେଖାୱତଙ୍କ କଥାକୁ ବିଶ୍ଳେଷଣ କଲେ ଗୋଟିଏ କଥା ସ୍ପଷ୍ଟ ହୋଇଯାଏ ଯେ ବିଜେଡିର ସମ୍ବିଧାନିକ ଓøଚିତ୍ୟତାର ପାଠ ପଢିବାକୁ ବିଜେପି ସିଧାସିଧା ପ୍ରତ୍ୟାଖ୍ୟାନ କରିଦେଇଛି । ୨୦୧୯ ବିଧାନସଭା ନିବାର୍ଚନ ରଣାଙ୍ଗନରେ ଦୁଇଦଳ ପ୍ରମୁଖ ପ୍ରତିଦ୍ୱନ୍ଦୀ ଭାବରେ ଅବତୀର୍ଣ୍ଣ ହେବାକୁ ଯାଉଥିବା ବେଳେ ଏବେ ଏହି ରାଜନୈତିକ ମୂଲ୍ୟବୋଧର ଗଣ୍ଡି ଭିତରେ ଯିଏ ଯେତେ ରହିବ ତାହା ସେତିକି ସେହି ଦଳ ପାଇଁ କ୍ଷତି ହେବ ବୋଲି ଉକ୍ତ ଦଳର ନେତାମାନେ ବିଚାର କରୁଛନ୍ତି ।
ସବୁଠାରୁ ବଡକଥା ହେଲା, ବିଜେଡି ଦଳ ତରଫରୁ ଡାକ୍ତର ଦାମଦୋର ରାଉତ କେନ୍ଦ୍ର ସରକାରଙ୍କ ବିରୋଧରେ କୃଷିମନ୍ତ୍ରୀଙ୍କ ଗସ୍ତକୁ ନେଇ ବିରୋଧ କରିଥିବାବେଳେ ଅନ୍ୟ କୌଣସି ବରିଷ୍ଠ ନେତା ଆଦୌ ପାଟିଖୋଲିବାକୁ ପସନ୍ଦ କରିନାହାଁନ୍ତି । ସେମାନଙ୍କ ନୀରବତା ଏକ ସୁଚନ୍ତିତ ରାଜନୈତିକ ରଣକୌଶଳର ପରିପ୍ରକାଶ ବା ରାଜନୈତିକ ବାଧ୍ୟବାଧକତା ତାହା ଏତେ ଶୀଘ୍ର ପଡିନଥିଲେ ହେଁ ଫାଇଦା ଯାଇଛି ବିଜେପିକୁ ।
ଶ୍ରୀ ସିଂହଙ୍କ ଓଡିଶା ଆଣି ବିଜେପି ରାଜ୍ୟବାସୀଙ୍କୁ ଯେଉଁ ବାର୍ତ୍ତା ଦେବାକୁ ଚାହିଁଛି ତାହା ହେଲା ଯେ ଦଳ କୃଷି ଓ କୃଷକମାନଙ୍କ ସ୍ୱାର୍ଥ ରକ୍ଷା ଲାଗି ଅଙ୍ଗୀକାରବଦ୍ଧ ।
ରାଜ୍ୟରେ ବର୍ତ୍ତମାନ ପ୍ରାୟ ୫୩ ଲକ୍ଷ ଚାଷୀ ପରିବାର ରହିଛନ୍ତି । ପ୍ରତ୍ୟେକ ପରିବାରରୁ ପ୍ରାୟ ୪ରୁ ୫ଜଣ ଲୋକ କୃଷି ସହିତ ପ୍ରତ୍ୟକ୍ଷ ବା ପରୋକ୍ଷରେ ଜଡିତ । ସେମାନଙ୍କ ସହିତ ବର୍ତ୍ତମାନ ସମ୍ପର୍କ ସ୍ଥାପନ କରିବା ଲାଗି ବର୍ତ୍ତମାନ କୃଷି ବିପତ୍ତି ଏକ ସୁଯୋଗ ସୃଷ୍ଟି କରିଛି । ରାଜ୍ୟର ବିଜେଡି ସରକାର ବିଭିନ୍ନ କୃଷକ କଲ୍ୟାଣକାରୀ ଯୋଜନା ଓ କ୍ଷତିପୂରଣ ସହାୟତା ଇତ୍ୟାତି ଘୋଷଣା କରି କୃଷକମାନଙ୍କ ଅନୁକମ୍ପା ହାସଲ କରିବା ଲାଗି ଚେଷ୍ଟା କରୁଥିବା ବେଳେ ସେମାନଙ୍କ ଦୁର୍ଦ୍ଦିନରେ ଛିଡା ହୋଇ ବିଜେପି ମଧ୍ୟ ସେମାନଙ୍କୁ ନିଜ ଆଡକୁ ଟାଣିବା ଲାଗି ଚେଷ୍ଟା କରିବା କିଛି ଭୂଲ୍ ନୁହେଁ ବୋଲି ଯୁକ୍ତି ବାଢିଛନ୍ତି ରାଜନୈତିକ ସମୀକ୍ଷକମାନେ ।
ବିଜେଡି-ବିଜେପି ନେତାମାନଙ୍କ ମଧ୍ୟରେ କେନ୍ଦ୍ର ସରକାର-ରାଜ୍ୟ ସରକାରଙ୍କ ମଧ୍ୟରେ ସମ୍ପର୍କ କେଉଁ ମୋଡ ନେଉଛି, ତାହା ଦେଖିବାର କଥା ।

SIMILAR ARTICLES

0 22

0 29