ରାଣୀସତୀ ଶକ୍ତିଧାମ ମନ୍ଦିରରେ ଭାଦୀ ମହୋତ୍ସବ ଉଦ୍ୟାପିତ

ରାଣୀସତୀ ଶକ୍ତିଧାମ ମନ୍ଦିରରେ ଭାଦୀ ମହୋତ୍ସବ ଉଦ୍ୟାପିତ

by -
0 29

ଟିଟିଲାଗଡ,୨୩/୦୮(ତୀର୍ଥଙ୍କର ପଟେଲ) ମାଁ ଭଗବତୀ ଚେରିଟେବୁଲ ଟ୍ରଷ୍ଟ ଦ୍ୱାରା ପରିଚାଳିତ ରାଣୀସତୀ ଦାଦୀଜୀ ଶକ୍ତିଧାମ ମନ୍ଦିରରେ ଗତ ୮ ତାରିଖରୁ ଆରମ୍ଭ ହୋଇଥିବା ଭାଦୀ ମହୋତ୍ସବ ସମାରୋହରେ ଉଦ୍ୟାପିତ ହୋଇଛି । କାର୍ଯ୍ୟକ୍ରମ ଅଂଶବିଶେଷ ସ୍ୱରୁପ ଗତ ଅଗଷ୍ଟ ୮ରୁ ୨୧ତାରିଖ ପର୍ଯ୍ୟନ୍ତ ୧୫ ଦିନ ବ୍ୟାପି ମଙ୍ଗଳପାଠ, ଅଲୈ÷ାକିକ ଶୃଙ୍ଗାର, ଅଖଣ୍ଡ ଜ୍ୟୋତି ଓ ଭଜନ କୀର୍ତ୍ତନ ଅନୁଷ୍ଠିତ ହୋଇଥିଲା । ୨୦ ତାରିଖରେ ମହିଳା ମାନଙ୍କ ମଧ୍ୟରେ ଆକର୍ଷକ ଆଳତୀ ଥାଳୀ ପ୍ରସ୍ତୁତି, ପୁଷ୍ପମାଳ୍ୟ ପ୍ରସ୍ତୁତି ଓ ମେହେନ୍ଦୀ ପ୍ରତିଯୋଗିତା ଓ ସନ୍ଧ୍ୟାରେ ଦାଣ୍ଡିଆ ନୃତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ୨୧ ତାରିଖ ଦିନ ଅପରାହ୍ନରେ ମହାପ୍ରସାଦ ବିତରଣ (ଭଣ୍ଡାରା), ଛପନ ଭୋଗ ଓ ରାତ୍ର ସାଢ଼େ ୮ ଟାରେ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଝାଡ଼ଖଣ୍ଡ ଧନବାଦର ସୁପ୍ରସିଦ୍ଦ କଣ୍ଠଶିଲ୍ପୀ ପରିତୋଷ, ମିନି ଓ ତାଙ୍କ ସହଯୋଗୀ ବୃନ୍ଦ ମନମୁଗ୍ଧକର ଭଜନ ପରିବେଷଣ କରିଥିଲେ । ଏହି ଭଜନ ସମାରୋହକୁ ରାତ୍ର ୨ଟା ପର୍ଯ୍ୟନ୍ତ ୫୦୦ ରୁ ଉର୍ଦ୍ଦ ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ଉତ୍ସାହ ସହ ଉପଭୋଗ କରିଥିଲେ । ଏହି ଅବସରରେ ମେହେନ୍ଦୀ ନୃତ୍ୟ, ଗଜରା ନୃତ୍ୟ ଓ ଚୁନ୍ଦଡ଼ି ନୃତ୍ୟ ପର୍ଯ୍ୟାୟକ୍ରମେ ଅନୁଷ୍ଠିତ ହେବା ସହ ପୁର୍ବରୁ ଆୟୋଜିତ ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ଆଳତୀ କରାଯାଇ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା । କାଶୀଧାମରୁ ଆସିଥିବା ଚୈ÷ତନ୍ୟ ଶ୍ରୀ ଅଗ୍ନିଶିଖାଜୀ ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ସମସ୍ତ କାର୍ଯ୍ୟକ୍ରମକୁ ସଫଳତାର ଶୀର୍ଷରେ ପହଞ୍ଚାଇବା ପାଇଁ ମହୋତ୍ସବ କମିଟିର ଅଧ୍ୟକ୍ଷ ସୁରଜମଲ ସୋନୀ, ବିଷ୍ଣୁ ବିରମିୱାଲ, ଗୋକୁଲ ଟିବଡେୱାଲ, ଟ୍ରଷ୍ଟି ସନ୍ତୋଷ କେଜ୍ରିୱାଲ, ନନ୍ଦକିଶୋର ଇନ୍ଦୋରିଆ, ସତ୍ୟନାରାୟଣ ଗୁପ୍ତା, ଗଜାନନ ଅଗ୍ରୱାଲ, ସତ୍ୟନାରାୟଣ ମୋଟେ, ସଞ୍ଜୟ ଅଗ୍ରୱାଲ, ନବୀନ ଜୈନ, ମହେଶ ଇନ୍ଦୋରିଆ, ସଞ୍ଜୟ ଶର୍ମା, ମୋହନ ଗୁପ୍ତା, ଜିତେନ୍ଦ୍ର ଜୈନ, ପ୍ରେମ ଚନ୍ଦ ଜୈନ, ସୁରଜମଲ ଶର୍ମା, ଦେବୀ ଶର୍ମା, ଅମିତ ବିରମିୱାଲ, ବିନୋଦ ଗୁପ୍ତା, ପୁଷ୍ପା କେଜ୍ରିୱାଲ, ଶ୍ୟାମା ଦେବୀ, ସନ୍ତୋଷୀ ଜୈନ, ଅନିତା କେଜ୍ରିୱାଲ, ଜ୍ୟୋତି ସୋନୀ, କଣ୍ଟାବାଞ୍ଜିର ମଣିଲାଲ ଅଗ୍ରଓ୍ୟାଲ, ମହେନ୍ଦ୍ର ଅଗ୍ରୱାଲ, ସୁରେଶ ଲାଠ୍, କୁନୁ ଅଗ୍ରୱାଲ ଓ ବିଜୟ ଜିନ୍ଦଲ, ସଇଁନ୍ତଲାର ମଦନ ଅଗ୍ରଓ୍ୟାଲ ଓ ତୁଲସୀ ଅଗ୍ରୱାଲ, ବଲାଙ୍ଗିରର ବିଜୟ କେଜ୍ର୍ରିୱାଲ, ପ୍ରକାଶ କେଜ୍ର୍ରିୱାଲ ଓ ଅଶି୍ୱନୀ କେଜ୍ର୍ରିୱାଲ, କେସିଙ୍ଗାର କୈଲାଶ ଅଗ୍ରୱାଲ, ଆନନ୍ଦ ଅଗ୍ରୱାଲ ଓ ମୋହନ ଅଗ୍ରୱାଲ ପ୍ରମୁଖଙ୍କ ସହ ମହୋତ୍ସବ କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ କେସିଙ୍ଗା, କଣ୍ଟାବାଞ୍ଜି, ସଇଁନ୍ତଲା, ଦେଓଗାଁ, ବଲାଙ୍ଗିର, ଭବାନୀପାଟନା, ରାଜ ଖଡିଆର, ତୁଷୁରା ଅଞ୍ଚଳର ଶତାଧିକ ଶ୍ରଦ୍ଧାଲୁ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଟି ସଫଳତା ସହ ସମାପନ ହୋଇଥିବାରୁ ଟ୍ରଷ୍ଠି ଗୋପାଲ ପ୍ରସାଦ କେଜ୍ରିୱାଲ ଆୟୋଜକ ମଣ୍ଡଳୀ ଓ ଜନସାଧାରଣଙ୍କୁ କୃତଜ୍ଞତା ଜଣାଇଛନ୍ତି ।